ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌, ଘର ସମେତ ଏନସିଆରର ୨୧ଟି ସ୍ଥାନରେ ଚାଲିଛି ଯାଞ୍ଚ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ । ଘର ସମେତ ଦିଲ୍ଲୀ ଏନସିଆରର ୨୧ଟି ସ୍ଥାନରେ ରେଡ୍‌ । ଅବକାରୀ ନୀତି ନେଇ ରେଡ୍‌ କରୁଛି ସିବିଆଇ । ଅନ୍ୟପଟେ ସିବିଆଇକୁ ସ୍ୱାଗତ କରିଛନ୍ତି ମନୀଷ ସିସୋଦିଆ ।

ଯାଞ୍ଚ ବେଳେ ସମ୍ପୂର୍ଣ୍ଣ ସହଯୋଗ କରିବୁ, ଯାହାଦ୍ୱାରା ସତ ସମନାକୁ ଆସିବ ବୋଲି ସେ ଟ୍ଵିଟ୍‌ କରି କହିଛନ୍ତି । ଏପର୍ଯ୍ୟନ୍ତ ଅନେକ କେସ୍‌ କରାଯାଇଛି ହେଲେ କିଛି ବାହାରିନି । ଏଥିରେ ମଧ୍ୟ କିଛି ବାହାରିବନି । ଦେଶରେ ଭଲ ଶିକ୍ଷା ପାଇଁ ମୋ କାମକୁ ରୋକା ଯାଇପାରିବନି ବୋଲି କହିଛନ୍ତି ମନୀଷ ସିସୋଦିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.