ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବାପା ମାଙ୍କ ପାଖରେ ଆସି ପହଞ୍ଚିଲା କ୍ଷତବିକ୍ଷକ୍ତ ଶବ

ଘରକୁ ଫେରିବା ସମୟରେ ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦେଲା । ମାତ୍ର ୨୩ ବର୍ଷ ବୟସରେ ସବୁଦିନ ପାଇଁ ଲିଭିଗଲା ମୁକ୍ତିକାନ୍ତଙ୍କ ଜୀବନ ଦୀପ। ନିଜର ଆଶା ଆଙ୍କାକ୍ଷା ସହିତ ପୁଅର ଭବିଷ୍ୟତକୁ ନେଇ ବାପା ମା ଙ୍କ ସବୁ ସ୍ୱପ୍ନ ନିମଷକେ ମଧ୍ୟରେ ଧୂଳିସାତ ହୋଇଗଲା । ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବାପା ମାଙ୍କ ପାଖରେ ଆସି ପହଞ୍ଚିଲା ପୁଅର କ୍ଷତବିକ୍ଷକ୍ତ ଶବ।

ଜଳେଶ୍ଵର: ଲୌହମାନବର ରକ୍ତଭୋଜିରେ ଛାରଖାର ହୋଇଯାଇଛି ଅନେକ ପରିବାର । ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି, ଏହି ଟ୍ରେନ ଦୁର୍ଘଟଣା ରେ ଆରପାରିକୁ ଚାଲିଯାଇଛନ୍ତି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡାପାଳ ଗ୍ରାମର ମୁକ୍ତିକାନ୍ତ ରାଉଳ। ଘର ର ଏକମାତ୍ର ପୁଅକୁ ହରାଇ ବାପା ମା ଙ୍କ ଆଖିରେ ଲୁହ ଶୁଖୁନି । କାନ୍ଦ ବୋବାଳି ରେ ଫାଟି ପଡୁଛି ପୂରା ପରିବେଶ । ଏପଟେ ପୁଅ ର ଫଟୋ କୁ ଧରି କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇ ଯାଉଛନ୍ତି ମା।

muktikanta

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଖଗଡାପାଳ ଗ୍ରାମର ଭାଗବତ ରାଉଳ ଏବଂ ବାସନ୍ତୀ ବେହେରାଙ୍କ ଏକମାତ୍ର ପୁଅ ହେଉଛନ୍ତି ମୁକ୍ତିକାନ୍ତ । ପିଲାଟି ଦିନ ରୁ ମୁକ୍ତିକାନ୍ତ ଜଣେ ମେଧାବୀ ଛାତ୍ର । ସବୁ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହେବା ସହ ମ୍ୟାଟ୍ରିକ ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହାପରେ ଏମଏସି ପାସ କରିବା ପରେ ଗତବର୍ଷ ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ କାର୍ଯ୍ୟାଳୟରେ ନିଯୁକ୍ତି ପାଇଥିଲେ। ସେଠାରେ ଚାକିରୀ କରିବା ସହ ଆଇଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ।

ମାତ୍ର ଗତ ୨ ତାରିଖ ଦିନ ଟ୍ରେନରେ ଘରକୁ ଫେରିବା ସମୟରେ ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦେଲା । ମାତ୍ର ୨୩ ବର୍ଷ ବୟସରେ ସବୁଦିନ ପାଇଁ ଲିଭିଗଲା ମୁକ୍ତିକାନ୍ତଙ୍କ ଜୀବନ ଦୀପ। ନିଜର ଆଶା ଆଙ୍କାକ୍ଷା ସହିତ ପୁଅର ଭବିଷ୍ୟତକୁ ନେଇ ବାପା ମା ଙ୍କ ସବୁ ସ୍ୱପ୍ନ ନିମଷକେ ମଧ୍ୟରେ ଧୂଳିସାତ ହୋଇଗଲା । ପୁଅର ଫେରିବା ବାଟକୁ ଚାହିଁ ରହିଥିବା ବାପା ମାଙ୍କ ପାଖରେ ଆସି ପହଞ୍ଚିଲା ପୁଅର କ୍ଷତବିକ୍ଷକ୍ତ ଶବ।

cake

ଗତ ମେ ମାସ ୨୭ ତାରିଖ ରେ ଘରକୁ ଆସି ବାପା ମା’ଙ୍କର ୨୫ ତମ ବିବାହ ବାର୍ଷିକୀ ରେ କେକ୍‌ କାଟି ଧୂମଧାମରେ ପାଳନ କରିବା ପରେ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ ମୁକ୍ତିକାନ୍ତ। ଏହାପରେ ଗତ ୨ ତାରିଖରେ ଘରକୁ ଆସିବା ନେଇ ମା ଙ୍କୁ ଫୋନ କରି ଜଣାଇବା ପରେ ଖୁସି ହୋଇ ଯାଇଥିଲେ ବାପା ମା । ବାଲେଶ୍ଵରରେ ଡ୍ରାଇଭିଂ ଲାଇସେନ୍ସ ବାହାର କରିବା ନିମନ୍ତେ ପରୀକ୍ଷା ଦେବା ସହ ଘରେ ଦୁଇ ଦିନ ରହିବେ ବୋଲି ମା ଙ୍କୁ ଫୋନ କରି କହିଥିଲେ। ସଂଧ୍ୟା ରେ ଟ୍ରେନରେ ବସିବାର କିଛି ସମୟ ଆଗରୁ ମଧ୍ୟ ମାଙ୍କ ସହ କଥା ହେଇଥିଲେ । ଆଉ ଏହା ପରେ ଫୋନ ସୁଇଚ ଅଫ୍‌ ହୋଇ ଯାଇଥିଲା । ଭୟଙ୍କର ଟ୍ରେନ ଦୁର୍ଘଟଣା ରେ ଶିକାର ହୋଇ ପ୍ରାଣ ହରାଇଲେ ମୁକ୍ତିକାନ୍ତ।

ବୁଢା ବୟସରେ ବାପା ମା ଙ୍କ ଏକମାତ୍ର ସାହାରା ପାଲଟିବା ପରିବର୍ତ୍ତେ ଟ୍ରେନ ଦୁର୍ଘଟଣାରେ ଅଫେରା ରାଇଜକୁ ଚାଲିଗଲେ ମୁକ୍ତିକାନ୍ତ। ଏକ ମାତ୍ର ପୁଅକୁ ହରାଇ ବାପା ମା ଗୁମୁରି ଗୁମୁରି କାନ୍ଦୁଛନ୍ତି। କହିବାକୁ ଗଲେ ବାପା ମା ପାଗଳ ପ୍ରାୟ ହୋଇଯାଇଛନ୍ତି। ସମଗ୍ର ଅଞ୍ଚଳରେ ଏହି ଘଟଣା ଏବେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.