କରମଣ୍ଡଳ ଟ୍ରେନ ଦୁର୍ଘଟଣା : ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ବି ମିଳିବ ସମାନ କ୍ଷତିପୂରଣ

ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସରକାର କ୍ଷତିପୂରଣ ଦେବେ । ତେବେ ଯଦି କେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥାନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ପ୍ରଶ୍ନ ଉଠିଥିଲା । ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ।

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କୁ ସରକାର କ୍ଷତିପୂରଣ ଦେବେ । ତେବେ ଯଦି କେଉଁ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥାନ୍ତି ସେମାନଙ୍କୁ କ୍ଷତିପୂରଣ ମିଳିବ କି ନାହିଁ ପ୍ରଶ୍ନ ଉଠିଥିଲା । ବିନା ଟିକେଟରେ ଯାତ୍ରା କରୁଥିବା ମୃତକଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ମିଳିବ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ।

ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାଧାରଣ ଆହତଙ୍କୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ରେଳ ମନ୍ତ୍ରଣାଳୟ ପ୍ରକାଶ କରିଥିଲା । ସେହି ନିୟମ ବିନା ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହେବ ।

ଯଦି କେହି ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀ ମୃତ୍ୟୁ ମୁଖରେ ପଡିଥାନ୍ତି,ସେମାନଙ୍କ ପରିବାରକୁ ମଧ୍ୟ ଏହି ସମାନ କ୍ଷତିପୂରଣ ମିଳିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ରେଳ ମୁଖପାତ୍ର ଅମିତାଭ ଶର୍ମା କହିଛନ୍ତି ଯେ ଯାତ୍ରୀଙ୍କ ଟିକେଟ୍ ଥାଉ କି ନଥାଉ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.