ମେ’୩ରେ ପୃଥିବୀରେ ଘଟିଥିଲା ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣା, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ବିଶ୍ୱ ଇତିହାସରେ ମେ’୩ ତାରିଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାମାନ ଘଟିଛି। ଏହି ଦିନ ଅନେକ ଗୁଡ଼ିଏ ଗୃହ ଯୁଦ୍ଧର ସମାପ୍ତି ଘଟିଛି। ସେହିପରି ଏକାଧିକ ଶାନ୍ତି ଚୁକ୍ତିରେ ମଧ୍ୟ ହସ୍ତାକ୍ଷର କରାଯାଇଛି। ଭାରତର ସିନେ ଜଗତ ପାଇଁ ମଧ୍ୟ ଏହା ଏକ ମହତ୍ୱପୂର୍ଣ୍ଣ ଦିନ, କାରଣ ଏହି ଦିନ ଭାରତର ପ୍ରଥମ ଫିଚର ଫିଲ୍ମ “ରାଜା ହରିଶ୍ଚନ୍ଦ୍ର” ତତ୍କାଳୀନ ବମ୍ବେ ବା ଏବେର ମୁମ୍ବାଇରେ ପ୍ରଦର୍ଶିତ ହୋଇଥିଲା।

RAJA HARISHCHANDRA (1913) Full Movie | Classic Hindi Films by ...

ଆସନ୍ତୁ ଜାଣିବା ଏହି ଦିନ ଆଉ କି କି ବିଶେଷ ଘଟଣା ଘଟିଥିଲା…

୧୬୬୦- ସ୍ଵିଡେନ, ପୋଲାଣ୍ଡ ଓ ଅଷ୍ଟ୍ରିଆ ମଧ୍ୟରେ ଅଲିଭା ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।
୧୭୬୪- ବଙ୍ଗଳାର ନୱାବ ମୀର କାସିମ ଇଂରେଜଙ୍କୁ ପରାସ୍ତ କରିଥିଲେ।
୧୭୬୫- ଫିଆଡେଲଫିଆରେ ପ୍ରଥମ ଆମେରିକୀୟ ମେଡିକାଲ କଲେଜ ଉଦଘାଟିତ ହୋଇଥିଲା।
୧୮୪୫- ଚୀନର କେଁଟନରେ ଥିଏଟରରେ ନିଆଁ ଲାଗି ୧୬୦୦ ଜଣଙ୍କର ମୃତ୍ୟୁ ଘଟିଥିଲା।
୧୯୧୩- ପ୍ରଥମ ଭାରତୀୟ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ର ପ୍ରସାରିତ ହୋଇଥିଲା।
୧୯୬୫- କମ୍ବୋଡିଆ ଆମେରିକା ସହ ରାଜନୈତିକ ସମ୍ପର୍କ ଶେଷ କରିଥିଲା।
୧୯୬୯- ଭାରତର ତୃତୀୟ ରାଷ୍ଟ୍ରପତି ଜାକିର ହୁସେନଙ୍କ ନିଧନ।

Remembering Zakir Hussain: The former President of India and ...
୧୯୮୧- ଭାରତୀୟ ସିନେ ଅଭିନେତ୍ରୀ ନର୍ଗିସଙ୍କ ଦେହାନ୍ତ।
୧୯୯୩- ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପ୍ରେସ ସ୍ଵାଧୀନତା ଦିବସ ଘୋଷଣା କରିଥିଲା।
୧୯୯୮- ୟୁରୋକୁ ୟୁରୋପୀୟ ମୁଦ୍ରା ଭାବେ ଗ୍ରହଣ କରାଯାଇଥିଲା।
୨୦୦୮- ଟାଟା ଷ୍ଟିଲ ଲିମିଟେଡ଼କୁ ବ୍ରିଟେନରେ କୋଇଲା ଖନନ କରିବାକୁ ପ୍ରଥମ ଲାଇସେନ୍ସ ମିଳିଥିଲା।


୨୦୧୯- ଓଡ଼ିଶାରେ ମହାପ୍ରଳୟଙ୍କରୀ ବାତ୍ୟା ଫନି ରଚିଥିଲା ତାଣ୍ଡବ। ଏଥିରେ ପ୍ରାୟ ୫୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.