Below header

୩୦ବର୍ଷ ତଳେ ବ୍ୟବସାୟୀଙ୍କ ଠାରୁ ୨୦୦ ଟଙ୍କାର ନେଇଥିଲେ ଜିନିଷ, ଏବେ ସୁଧ ସହିତ ଫେରାଇଲେ ୧୯,୨୦୦ ଟଙ୍କା

ମହାରାଷ୍ଟ୍ର ଔରଙ୍ଗାବାଦର ଜଣେ ବ୍ୟବସାୟୀ କାଶୀନାଥ ମାତଣ୍ଡରାଓ ହଠାତ ଚମକି ଉଠିଛନ୍ତି ଏଭଳି ଜଣେ ଗ୍ରାହକଙ୍କୁ ଦେଖି। ତାଙ୍କ ଦୋକାନରେ ଅଚାନକ ପହଞ୍ଚିଥିଲେ କେନ୍ୟା ସାଂସଦ ଏବଂ ବୈଦେଶିକ ବିଭାଗ କମିଟିର ଉପାଧ୍ୟକ୍ଷ ରିଚାର୍ଡ଼ ନ୍ୟାଗକା ଟୋଙ୍ଗୀ । ୧୯୮୫ରୁ ୧୯୮୯ ପର୍ଯ୍ୟନ୍ତ ରହି ମୌଲାନା ଆଜାଦ କଲେଜରେ ପଢ଼ୁଥିଲେ। କଲେଜ ସାମ୍ନାରେ ଏକ ଭଡା ଘରେ ରହୁଥିଲେ। ସେହି ପାଖରେ ଥିବା ଦୋକାନରୁ ଜିନିଷ କିଣି ଚଳୁଥିଲେ। ପାଠ ପଢ଼ା ସରିବା ପରେ ନିଜ ଦେଶକୁ ଫେରି ରାଜନୀତିରେ ସାମିଲ ହୋଇ ଯାଇଥିଲେ। ଏହାପରେ ନ୍ୟାରିବରୀ ଚାଚି ନିର୍ବାଚନ ମଣ୍ଡଳୀରୁ ସାଂସଦ ବି ହେଲେ।  ତେବେ ତାଙ୍କ ମନରେ ଥିବା ଗୋଟିଏ କଥା ତାଙ୍କୁ ସବୁ ବେଳେ ବିଚଳିତ କରୁଥିଲା । କଲେଜରେ ପଢୁଥିବା ବେଳେ ସେ ଯେଉଁ ଘରେ ଭଡ଼ା ରହୁଥିଲେ ଘର ମାଲିକଙ୍କର ଏକ ତେଜରାତି ଦୋକାନ ଥିଲା । ସେଠାରୁ ସେ ଜିନିଷ କିଣାକିଣି କରୁଥଲେ । ଭାରତ ଛାଡ଼ିବା ବେଳକୁ ତରବରରେ ନିଜ ଦେଶକୁ ଚାଲି ଯାଇଥିଲେ । ଦୋକାନରେ ୨୦୦ ଟଙ୍କା ବାକି ରହିଯାଇଥିଲା ।

ଏହା ସହ ପଢ଼ନ୍ତୁ : ହିଟଲରଙ୍କ ମୃତ୍ୟୁ ପରେ କାହିଁକି ହଜାର ହଜାର ଜର୍ମାନୀବାସୀ କରିଥିଲେ ଆତ୍ମହତ୍ୟା

ମନକୁ ଆସୁଥିଲା ମୃତ୍ୟୁ ପରେ କଣ ଜବାବ ଦେବେ ଈଶ୍ୱରଙ୍କୁ । କର୍ମମୟ ଜୀବନରୁ ସମୟ ମିଳୁନଥିଲେ ଭାରତ ଆସିବା ପାଇଁ। କିଛିଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବାକୁ କେନ୍ୟାର ଏକ ପ୍ରତିନିଧି ଦଳ ଭାରତ ଆସିବାକୁ ନିମନ୍ତ୍ରଣ ପାଇଲେ ତ ସେଥିରେ ରିଚାର୍ଡ ବି ସାମିଲ ଥିଲେ। ଦିଲ୍ଲୀରୁ କାର୍ଯ୍ୟକ୍ରମ ସାରି ସେ ନିଜ ଡାକ୍ତର ପତ୍ନୀଙ୍କ ସହ ପହଁଚି ଗଲେ ଔରଙ୍ଗାବାଦ । ୨ଘଣ୍ଟା ପର୍ଯ୍ୟନ୍ତ ଘର ମାଲିକ ସହ ସେହି ବ୍ୟବସାୟୀଙ୍କୁ ଖୋଜିଲେ, ସେଠାରେ ସବୁକିଛି ବଦଳି ଯାଇଥିଲା। ସମସ୍ତଙ୍କୁ ପଚାରିଥିଲେ ଗଞ୍ଜି ପିନ୍ଧି ଦୋକାନରେ ବସୁଥିବା ବ୍ୟବସାୟୀ କେଉଁଠି ଅଛନ୍ତି।

ତାଙ୍କ ନାଁ ଭୁଲି ଯାଇଥିଲେ। ଭାଗ୍ୟ ବଶତଃ ସେହି ଦୋକାନରେ ପହଁଚି ଗଲେ ଓ ସେଠି କାଶୀନାଥ ମାତଣ୍ଡରାଓଙ୍କୁ ଭେଟିଲେ। ତାପରେ ରିଚାର୍ଡ ୨୦୦ଟଙ୍କାର ଉଦ୍ଧାର ଶୁଝିଲେ ଓ ଶାନ୍ତିରେ ଦୀର୍ଘ ନିଶ୍ଵାସ ନେଲେ। ସେ ବ୍ୟବସାୟୀଙ୍କୁ ୨୫୦ ୟୁରୋ ମାନେ ୧୯ ହଜାର ୨୦୦ଟଙ୍କା ଫେରାଇଲେ। କାଶୀନାଥଙ୍କୁ ଦେଖିବା ପରେ ରିଚାର୍ଡ଼ ଭାବବିହ୍ଵଳ ହୋଇ କାନ୍ଦି ପକାଇଥିଲେ । ଏମିତିକି କାଶୀନାଥଙ୍କ ସାରା ପରିବାର ମଧ୍ୟ ଏହି ଘଟଣାରେ ଭାବପ୍ରବଣ ହୋଇପଡ଼ିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.