Below header

ଖୁସିଖବର ! ଆଜି ସୁନା ହେଲା ୬୦୦ଟଙ୍କା ଶସ୍ତା, ଏବେ ୧୦ଗ୍ରାମ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ : ଅନ୍ତଃରାଷ୍ଟ୍ରୀୟ ମାର୍କେଟର ଦର ହ୍ରାସ ହେବା ପରେ ଘରୋଇ ସ୍ତରରେ ଆଜି ସୁନା ମୂଲ୍ୟ କମ ହୋଇଛି। ଏନେଇ ମଙ୍ଗଳବାର ଦିନ ଦିଲ୍ଲୀର ସରର୍ଫା ବଜାରରେ ସୁନା ମୂଲ୍ୟ ୬୦୦ଟଙ୍କା ଶସ୍ତା ହୋଇଛି। ସେହିପରି ରୁପା ଦରରେ ମଧ୍ୟ ୪୮ଟଙ୍କା ହ୍ରାସ ହୋଇଥିବା ଜଣାପଡିଛି। ଆପଣଙ୍କୁ କହିବାକୁ ଚାହିଁବୁ ଏହା ଜୁଲାଇ ମାସର ସବୁଠାରୁ ଅଧିକ ମୂଲ୍ୟର ହ୍ରାସ ବୋଲି ଜଣାପଡିଛି।

କେତେ ରହିଛି କମ ହେବା ପରେ ସୁନା ଏବଂ ରୁପାର ଦର

ଦିଲ୍ଲୀର ସରର୍ଫା ବଜାରରେ ସୁନାର ମୂଲ୍ୟ ୬୦୦ଟଙ୍କା କମ ହୋଇ ୩୪,୭୦୦ଟଙ୍କା ପ୍ରତି ଦଶଗ୍ରାମ ଶସ୍ତା ହୋଇଯାଇଛି। ତେବେ ଶସ୍ତା ହେବା ପରେ ଭୁବନେଶ୍ବରରେ ୧୦ଗ୍ରାମ ସୁନାର ମୂଲ୍ୟ ୩୨,୮୮୦ଟଙ୍କା ରହିଥିବା ବେଳେ ରୁପା ମୂଲ୍ୟ ଗ୍ରାମ ପିଛା ୪୦.୫୬ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.