ନିର୍ମାଣଧୀନ କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବୀରେ ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ଶବ ରଖି ଘେରାଓ କଲେ ଗ୍ରାମବାସୀ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ଏକ ନିର୍ମାଣଧୀନ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁର ସୁଶାନ୍ତ ସେଠୀ । ଗତ କାଲି ସଂଧ୍ୟାରେ ନରେଶ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଦୁଇ ମହଲା ଉପରୁ ପଡ଼ି ଗୁରୁତର ହୋଇଥିଲେ ସୁଶାନ୍ତ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଗତ ରାତିରେ ମୃତ୍ୟୁ ହୋଇଥିଲା ।

death 1

ସୁଶାନ୍ତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏନେଇ ବଡ଼ ବଜାର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲ । ଆଜି ବଡ଼ ବଜାର ଥାନା ପୋଲିସ ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଶବ ବ୍ୟବଚ୍ଛେଦ ପରେ ସୁଶାନ୍ତଙ୍କ ପରିବାର ଓ ଗ୍ରାମବାସୀ ମାନେ ସଂପୃକ୍ତ ଠିକାଦାର ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଦାବୀ କରି ବ୍ରହ୍ମପୁର ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ଶବକୁ ରଖି ଘେରାଓ କରିଥିଲେ । ପରେ ଶ୍ରମ ଅଧିକାରୀ ଓ ବଡ଼ ବଜାର ଥାନା ପୋଲିସ କ୍ଷତିପୂରଣ ନେଇ କାର୍ଯ୍ୟନୁଷ୍ଠାନର ପ୍ରତିଶୃତି ମିଳିବା ପରେ ଶବକୁ ହଟାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.