ଇଛା ଥାଇ ମଧ୍ୟ କରିପାରୁନାହାନ୍ତି ବିବାହ, କାରଣ ୩୪ ବର୍ଷରେ ବି ଛୋଟ ପିଲା ଭଳି ଦେଖାଯାନ୍ତି ଏହି ବ୍ୟକ୍ତି

ଯବାନ ଦେଖିବାକୁ କିଏ ବା ନ ଚାହେଁ। ଏହିକାରଣରୁ ଲୋକମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥାନ୍ତି, କିନ୍ତୁ ଚୀନ୍‌ରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ବୟସ ୩୪ ବର୍ଷ ହୋଇଥିଲେ ମଧ୍ୟ ସେ ୧୩-୧୪ ବର୍ଷର ପିଲା ଭଳି ଦେଖାଯାଇଥାନ୍ତି। ଏହି ବ୍ୟକ୍ତି ଜଣଙ୍କର ନାଁ ହେଉଛି ଝୁ ସେଂଗକାଇ। ସେ ଚୀନର ଭୁହାନରେ ରୁହନ୍ତି। ତାଙ୍କ ମୁହଁରେ ନାହିଁ ଦାଢି ନା ନିଶ ରହିଛି। ଏପରିକି ଝୁ ଙ୍କ କଣ୍ଠସ୍ୱର ମଧ୍ୟ ବିଲକୁଲ୍‌ ଛୋଟ ପିଲା ଭଳି। ଏହିକାରଣରୁ ଯେଉଁ ଲୋକମାନେ ତାଙ୍କୁ ଜାଣି ନଥାନ୍ତି ଛୋଟ ପିଲା ବୋଲି ଭାବିଥାନ୍ତି। କିନ୍ତୁ ବର୍ତ୍ତମାନ ଝୁ ତାଙ୍କର ଏହି ସମସ୍ୟା ପାଇଁ ଖୁବ୍‌ ଚିନ୍ତିତ। କାରଣ ତାଙ୍କ ବୟସର ପାଖାପାଖି ସବୁ ସାଙ୍ଗମାନଙ୍କର ବିବାହ ହୋଇସାରିଲାଣି। କିନ୍ତୁ ଝୁ ଙ୍କ ଶରୀର ପରୀପକ୍ୱ ନ ହେବା କାରଣରୁ ସେ ବିବାହ କରିପାରୁ ନାହାନ୍ତି। ସେ ଏହାକୁ ଅଭିଶାପ ବୋଲି ମଧ୍ୟ ଭାବୁଛନ୍ତି।

zhu childରିପୋର୍ଟ ଅନୁଯାୟୀ ଝୁ ଯେତେବେଳେ ୬ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେହି ସମୟରେ ତାଙ୍କ ମୁଣ୍ଡରୁ ରକ୍ତ ବୋହିନଥିଲା, କିନ୍ତୁ ତାଙ୍କୁ ଜ୍ୱର ହୋଇଯାଇଥିଲା। ଯାହା ପରେ ତାଙ୍କ ପିତା-ମାତା ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ, ସେଠାରେ ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ କହିଥିଲେ ଝୁ ଙ୍କ ମୁଣ୍ଡରେ ରକ୍ତର ଜମାଟ ବାନ୍ଧି ହୋଇଯାଇଛି। କିନ୍ତୁ ସର୍ଜରୀ ଦ୍ୱାରା ଡାକ୍ତର ଝୁଙ୍କ ମୁଣ୍ଡରୁ ରକ୍ତ ଜମାଟ ବାହାର କରି ଦେଇଥିଲେ। ଏହାପରେ ସବୁ କିଛି ଠିକ୍‌ ହେବା ଭଳି ଲାଗିଥିଲା। କିନ୍ତୁ ଯେତେବେଳେ ଝୁ ଙ୍କୁ ୯ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପିତା-ମାତାଙ୍କୁ ଲାଗିଥିଲା ତାଙ୍କର ବୟସ ବୃଦ୍ଧି ହେଉଛି ସତ କିନ୍ତୁ ତାଙ୍କର ଶରୀର ସେହି ତୁଳନାରେ ବୃଦ୍ଧି ହେଉନାହିଁ। ଏହାପରେ ପୁଣି ଥରେ ଝୁ ଙ୍କୁ ତାଙ୍କ ପିତା-ମାତା ହସ୍ପିଟାଲ ନେଇ ଯିବାରୁ ସେଠାରେ ଡାକ୍ତର ଯାଞ୍ଚ କରିବା ପରେ କହିଥିଲେ ଝୁ ଙ୍କ ପିୟୁଷିକା ଗ୍ରନ୍ଥିକୁ କ୍ଷତି ହୋଇଛି। ଏହି କାରଣରୁ ତାଙ୍କର ବୟସ ତୁଳନାରେ ଶରୀର ବୃଦ୍ଧି ହେଉନାହିଁ।

ଏହାସହ ପଢନ୍ତୁ: ତେଲ ଆଉ ମଦରେ ଯୁବକ ବନାଇଲେ ଏମିତି ମସଲ୍ସ, ଦେଖିଲେ ଚମକି ପଡ଼ିବେ ଆପଣ!

ଝୁ ନିଜର ଜୀବିକା ନିର୍ବାହ କରିବା ପାଇଁ ଏକ ସେଲୁନ କରିଛନ୍ତି। ସେ ମଜା ମଜାରେ କେବେ-କେବେ ମଧ୍ୟ କହିଥାନ୍ତି କି ତାଙ୍କ ସାଙ୍ଗମାନେ ଅଧିକା ବୟସ ହୋଇ ବୁଢା ପରି ଦେଖାଯଉଥିବା ବେଳେ ମଧ୍ୟ ସେ ଏପରି ଛୋଟ ପିଲା ଭଳି ଦେଖାଯାଉଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.