ମା’ ସହିତ ବ୍ୟାୟାମ କରୁଛି ୫ ମାସର ପିଲା, ଦେଖନ୍ତୁ ଭିଡିଓ

ସ୍ୱାସ୍ଥ୍ୟକୁ ସୁନ୍ଦର ରଖିବା ଏବେ ସମସ୍ତେ ନିଜକୁ ଫିଟ୍ ରଖୁଛନ୍ତି, ତେଣୁ ବିଭିନ୍ନ ପ୍ରକାର ବ୍ୟାୟାମ କରିବା ଠାରୁ ଆରମ୍ଭ କରି ଡାଏଟ୍ କରିବାରେ ବ୍ୟସ୍ତ ରହିଛନ୍ତି। କିଏ ଜିମ୍ ଯାଉଛି ତ ଆଉ କିଏ ଡାଏଟ୍ କରୁଛି। ଏମିତି ଅନେକ ଲୋକ ନିଜ ଡାଏଟର ହେଉ କିମ୍ବା ବ୍ୟାୟାମ କରିବାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯେଉଁଥିରେ ଜଣେ ମହିଳା ବ୍ୟାୟାମ କରୁଥିବା ବେଳେ ୫ ମାସର କୁନି ପିଲାଟି ମଧ୍ୟ ବ୍ୟାୟାମ କରିବାରେ ବ୍ୟସ୍ତ ରହିଛି।
ଛୋଟ ପିଲା ସବୁବେଳେନିଜ ମାତାପିତାଙ୍କ ନୀତି ଆଦର୍ଶରେ ମାନିଥାନ୍ତି। ସେମାନେ ବତାଇଥିବା ବାଟରେ ଚାଲନ୍ତି। ଏହି ଭିଡିଓରେ ମଧ୍ୟଏପରି ଦେଖିବାକୁ ମିଳିଛି। ଏହି ଭିଡିଓରେ ଅଷ୍ଟିନ ନାମକ ଜଣେ ପିଲା ନିଜ ମା’କୁ ବ୍ୟାୟାମ କରୁଥିବାର ଦେଖି ବେଶ୍ ପ୍ରଭାବିତ ହୋଇଛନ୍ତି ଏବଂ ନିଜେ ତଳେ ଶୋଇ ହାତରେ ପୁସଅପ୍ ମାରିବାକୁ ଚେଷ୍ଟା କରୁଛନ୍ତି। ଏହି ଭିଡିଓ ଭାଇରଲ ହେଉଛି, ଯାହାକୁ ଦେଖିଲା ପରେ ସମସ୍ତଙ୍କ ହୋସ ଉଡିଯାଇଛି।
View this post on Instagram
ଭିଡିଓରେ ବ୍ୟାୟାମ କରିବା ସମୟରେ ଅଷ୍ଟିନଙ୍କ ମା’ ମ୍ୟାଟ୍ ପକାଇ ଶୋଇଛନ୍ତି। ମା’ ପ୍ଲାଙ୍କ ପୋଜିସନରେ ଥିବା ବେଳେ ପିଲାଟି ମଧ୍ୟ ପେଟେଇ ସେପରି କରିବାକୁ ଚେଷ୍ଟା କରୁଛି। ମାତ୍ର ୫ ମାସର ପିଲା ଏପରି କରିବା ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି।
ଭିଡିଓକୁ ଇନଷ୍ଟାଗ୍ରାମରେ fitstagram.michelle ନାମକୁ ପେଜରେ ସେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୨ ମିଲିଅନ ଲାଇକ୍ସ ଏବଂ ୨୪ ମିଲିଅନରୁ ଅଧିକ ଭ୍ୟୁ ମିଳିସାରିଛି। ପ୍ରତ୍ୟେକ ଲୋକ ପିଲାର ସାହାସ ଦେଖି ପ୍ରଶଂସା କରିଛନ୍ତି।
View this post on Instagram