Below header

ବରବେଶ ହୋଇ ଘୋଡ଼ାରେ ବସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫେରାଦ ହେଲେ ୫୦ ଯୁବକ, କହିଲେ ବାହାହେବାକୁ କନ୍ୟା ମିଳୁନାହାଁନ୍ତି

ଆମ ଦେଶରେ ବିବାହ ଉତ୍ସବ କଥା କହିଲେ ଲୋକମାନେ ବହୁତ ଉତ୍ସାହିତ ହୋଇଯାନ୍ତି। ଏହାକୁ ସ୍ମରଣୀୟ କରିବା ପାଇଁ କେତେ କଣ ଆୟୋଜନ କରିଥାନ୍ତି। ବ୍ୟାଣ୍ଡ-ବାଜା ଇନଷ୍ଟ୍ରୁମେଣ୍ଟ୍କୁ ନେଇ ଅନେକ ପ୍ରସ୍ତୁତି ସହିତ ବିବାହ ବିଭିନ୍ନ ରୀତିନୀତି ଅନୁସାରେ ସଂପନ୍ନ ହୋଇଥାଏ। କିନ୍ତୁ ସେହି ପୁଅ ମାନଙ୍କ ସହିତ କ’ଣ ହେବ ଯେଉଁମାନଙ୍କର ବିବାହ ପାଇଁ ଝିଅ ମିଳୁନାହାନ୍ତି। ତେବେ ସେହି ପୁଅମାନଙ୍କର ଦୋଷ କ’ଣ? ସେମାନଙ୍କର ମଧ୍ୟ ବିବାହ କରିବାର ସମସ୍ତ ଅଧିକାର ଅଛି। କିନ୍ତୁ ଆସନ୍ତୁ ଆପଣଙ୍କୁ କହିବା ଯେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯେଉଁଠାରେ ପୁଅମାନଙ୍କ ବିବାହ ପାଇଁ ଝିଅ ମାନଙ୍କର ଅଭାବ ରହିଛି। ଯାହାକୁ ନେଇଏ ଏଠାକାର ଯୁବକ ମାନେ ଏକ ନିଆରା ପ୍ରତିବାଦ କରିଛନ୍ତି ।

ମହାରାଷ୍ଟ୍ରର ସୋଲାପୁରରେ ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି । ବ୍ୟାଣ୍ଡବାଜା ଓ ବରଯାତ୍ରୀ ନେଇ କଲେକ୍ଟର ଅଫିସରେ ପହଞ୍ଚିଲେ ୫୦ ଯୁବକ । ମୁଣ୍ଡରେ ପଗଡ଼ି, ମଥାରେ ଚନ୍ଦନ, ବରବେଶ ହୋଇ ଘୋଡ଼ା ପିଠିରେ ବସି ଆସିଥିବା ଏତେ ଯୁବକଙ୍କୁ ଦେଖି ଜିଲ୍ଲାପାଳଙ୍କ ଅକଲ ଗୁଡ଼ୁମ୍‌ । ମହାରାଷ୍ଟ୍ରର ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ଅସ୍ୱାଭାବିକ ଅନୁପାତକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏହି ଶୋଭାଯାତ୍ରା କରାଯାଇଥିବା କୁହାଯାଉଛି । ଜ୍ୟୋତି କ୍ରାନ୍ତି ପରିଷଦ ନାମକ ଏକ ଏନଜିଓ ଦ୍ୱାରା ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା।

ଏଭଳି ଏକ ଅନନ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିବା ଯୁବକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ପ୍ରି-କନସେପ୍ସନ୍ ଓ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍ (PCPNDT) ଅଧିନିୟମକୁ କଡାକଡି ଲାଗୁ କରିବାକୁ ଦାବି କରିଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (୨୦୧୯-୨୧) ଅନୁଯାୟୀ ମହାରାଷ୍ଟ୍ରରେ ୧୦୦୦ ପୁରୁଷରେ ୯୨୦ ଜଣ ମହିଳା ଅଛନ୍ତି । ଫଳରେ ବିବାହ କରିବା ପାଇଁ କନ୍ୟା ମିଳୁନାହାନ୍ତି ବୋଲି ଅଭିଯୋଗ ହୋଇଛି । PCPNDT ଆକ୍ଟ ସଠିକ୍ ରୂପେ କାର୍ଯ୍ୟକାରୀ ହୋଇଥିଲେ ସ୍ଥିତି ଅଲଗା ହୋଇଥାନ୍ତା ।Pre-Natal Diagnostic Techniques ଅଧିନିୟମ ଅନୁଯାୟୀ ଏହା ଉପରେ ନିଷେଧାଦେଶ ସତ୍ତ୍ୱେ ଭ୍ରୁଣର ଲିଙ୍ଗ ପରୀକ୍ଷଣ ହେଉଛି ।

ଅବିବାହିତ ଯୁବକମାନଙ୍କ ଦ୍ୱାରା ନିଆଯାଇଥିବା ପଦଯାତ୍ରା ସମ୍ପର୍କରେ ଜ୍ୟୋତି କ୍ରାନ୍ତି ପରିଷଦର ସଭାପତି ରମେଶ ବାରସ୍କାର କହିଛନ୍ତି ଯେ ମହାରାଷ୍ଟ୍ରରେ ଲିଙ୍ଗଗତ ଅସନ୍ତୁଳନକୁ ସମାନ କରିବା ପାଇଁ ଏହି ଶୋଭାଯାତ୍ରାର ନାମ ଦୁଲହନ ଦୁଲହା ମୋର୍ଚ୍ଚା ରଖାଯାଇଛି। ସେମାନେ କହିଛନ୍ତି ଯେ ଜଣେ ଯୋଗ୍ୟ ବର କନ୍ୟା ଖୋଜିବାରେ ଅସମର୍ଥ, ଏହାର କାରଣ ହେଉଛି ପୁରୁଷ-ମହିଳା ଅନୁପାତ ସମାନ ନୁହେଁ । ଏଥିପାଇଁ ସେ କିଛି କଠୋର ପଦକ୍ଷେପ ନେବାକୁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.