ଦିଲ୍ଲୀରେ ପହଞ୍ଚିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା, ୧୦୭ ଦିନରରେ ଅତିକ୍ରମ କଲେଣି ପ୍ରାୟ ୩ ହଜାର କି.ମି

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚିଲା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ଯାତ୍ରା । ୧୦୭ ଦିନରରେ ପ୍ରାୟ ୩ ହଜାର କିଲୋମିଟର ଅତିକ୍ରମ କରିସାରିଲେଣି । ଆଜି ୧୦୮ ଦିନରେ ଦିଲ୍ଲୀରେ ପହଞ୍ଚିଛି ଯାତ୍ରା । ଆଜି ସକାଳେ ବଦରପୁର ବର୍ଡରରୁ ଯାତ୍ରା ଆରମ୍ଭ ହୋଇଛି ।

ସଂଧ୍ୟା ସାଢେ ୪ଟା ସୁଦ୍ଧା ଏହି ଯାତ୍ରା ଲାଲକିଲାରେ ପହଞ୍ଚିବ । ସେଠାରେ ରାହୁଲ ଗାନ୍ଧି ଲୋକଙ୍କୁ ସମ୍ବୋଧିତ କରିପାରନ୍ତି । ଏହି ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଲୋକେ ଯୋଡି ହୋଇଛନ୍ତି ।

ଓଡ଼ିଶା କଂଗ୍ରେସରୁ ୨୦ ଜଣ ପଦଯାତ୍ରୀ ସାମିଲ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନୟକ ଆଜି ଦିଲ୍ଲୀରେ ତାଙ୍କ ସହକର୍ମୀଙ୍କ ସହ ଯାତ୍ରାରେ ଯୋଗଦେବେ । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଆଜି ରାହୁଲଙ୍କ ସହ ଭାରତ ଯୋଡ ଯାତ୍ରାରେ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.