ମାନିବାକୁ ପଡିବ ୮୦ ବର୍ଷୀୟା ବୃଦ୍ଧାଙ୍କୁ: ପୃଥିବୀର ସର୍ବାଧିକ ରକ୍ତଦାନ କରିଥିବା ମହିଳା ଭାବେ କରିଛନ୍ତି ଗିନିଜ୍ ବୁକ୍ ଅଫ୍ ଓ୍ୱାଲ୍ଡ ରେକର୍ଡ

ରକ୍ତର ବିକଳ୍ପ ନାହିଁ, ତେଣୁ ରକ୍ତଦାନକୁ ମହାପୁଣ୍ଯ ବୋଲି ଅଭିହିତ କରାଯାଏ। ଯାହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା ମହିଳା। ଯିଏ ନିୟମିତ ରକ୍ତଦାନ କରି ବିଶ୍ବ ରେକର୍ଡ କରିବା ଘଟଣା ସାମ୍ନାକୁ ଆସିଛି ।

ରକ୍ତର ବିକଳ୍ପ ନାହିଁ, ତେଣୁ ରକ୍ତଦାନକୁ ମହାପୁଣ୍ଯ ବୋଲି ଅଭିହିତ କରାଯାଏ। ଯାହାକୁ ଅକ୍ଷରେ ଅକ୍ଷରେ ପ୍ରତିପାଦିତ କରିଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା ମହିଳା। ଯିଏ ନିୟମିତ ରକ୍ତଦାନ କରି ବିଶ୍ବ ରେକର୍ଡ କରିବା ଘଟଣା ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ ନିହାତୀ ଭାବେ ଅନୁପ୍ରାଣିତ କରିବ। କାନାଡାର ଜୋସେଫିନ୍ ମିଚାଲୁକ ନାମକ ବୃଦ୍ଧା ସମୁଦାୟ ୨୦୩ ୟୁନିଟ୍ ରକ୍ତଦାନ କରିସାରିଛନ୍ତି।

ସେ ପୃଥିବୀର ସର୍ବାଧିକ ରକ୍ତଦାନ କରିଥିବା ମହିଳା ଭାବେ ଗିନିଜ୍ ବୁକ୍ ଅଫ୍ ଓ୍ୱାଲ୍ଡ ରେକର୍ଡରେ ନିଜର ନାମକୁ ମଧ୍ଯ ଲିପିବଦ୍ଧ କରିଛନ୍ତି। ଜୋସେଫିନ୍ ୨୨ ବର୍ଷର ହୋଇଥିବା ବେଳେ ଭଉଣୀଙ୍କ ଦ୍ବାରା ଉତ୍ସାହିତ ହୋଇ ପ୍ରଥମେ ରକ୍ତ ଦେଇଥିଲେ। ସେବେଠାରୁ ପାଖାପାଖି ଛଅ ଦଶନ୍ଧି ହେଲା ସେ ନିୟମିତ ରକ୍ତ ଦେଇଆସୁଛନ୍ତି। ଏବେ ‘O+’ ଗ୍ରୁପ୍‌ର ରକ୍ତ ବହନ କରିଥିବା ଜୋସେଫିନ୍ ବର୍ଷକୁ ହାରାହାରି ୪ ଥର ରକ୍ତ ଦେଉଛନ୍ତି।

blood

ରକ୍ତଦାନର ରେକର୍ଡ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା କି ନିଜ ନାମରେ କୌଣସି ରେକର୍ଡ ହେବ ବୋଲି ସେ ଭାବି ନ ଥିଲେ। ତେବେ ଏହି ରେକର୍ଡ ପରେ ସେ ଅଧିକ ଲୋକଙ୍କୁ ରକ୍ତଦାନ ପାଇଁ ଅନୁପ୍ରାଣିତ କରିବାର ଆଶା ରଖିଛନ୍ତି। ତାଙ୍କ ପୂର୍ବରୁ ଭାରତର ମଧୁରା ଅଶୋକ କୁମାରଙ୍କ ନାମରେ ଉକ୍ତ ରେକର୍ଡ ଥିଲା ଯିଏ ସମୁଦାୟ ୧୧୭ ୟୁନିଟ୍‌ ରକ୍ତ ଦାନ କରିଥିଲେ। ଏପଟେ ଯୁକ୍ତରାଷ୍ଟ୍ର ଆମେରିକାରେ ରକ୍ତଦାନର କୌଣସି ସର୍ବୋଚ୍ଚ ବୟସସୀମା ନ ଥିବାରୁ ସ୍ବାସ୍ଥ୍ୟ ଭଲ ଥିବା ଯାଏଁ ସେ ରକ୍ତଦାନ କରିପାରିବେ।

ରକ୍ତ ଦାନ ଏକ ମହତ କାମ। ରକ୍ତ ରୂପକ ଜୀବନ ଠାରୁ ଅଧିକ ମୂଲ୍ୟବାନ ଉପହାର କିଛି ନାହିଁ। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଆମେ ସମସ୍ତେ ଜୀବନକାଳ ମଧ୍ୟରେ ଥରୁଟିଏ ହେଉ ପଛେ ରକ୍ତ ଦେବା ଆବଶ୍ୟକ। ଏହା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ରହେ। ତଥାପି ଅନେକ ଲୋକ ରକ୍ତ ଦେବାକୁ ଅକାରଣେ ଭୟ କରନ୍ତି। ସେମାନଙ୍କୁ ନିଶ୍ଚିତ ଭାବେ ସାହସ ଦେବ ଏହି ବୃଦ୍ଧାଙ୍କ କାହାଣୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.