Below header

ବିବାହର ପ୍ରତିଶ୍ରୁତି ଦେଇ ଠକିଲେ କନେଷ୍ଟବଳ, ୨୦ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ଅଭିଯୋଗ ଆଣିଲେ ଯୁବତୀ

ବିବାହ ପ୍ରତିଶ୍ରୁତି ଦେଇ କନେଷ୍ଟବଳ ଶାରୀରିକ ସମ୍ପର୍କ ରଖିଥିଲେ । ଦୁହେଁ ୭ ବର୍ଷ ଲିଭ୍‌ ଇନ୍‌ରେ ରହିଥିଲେ । ତାଙ୍କ ସହ ପ୍ରତାରଣା କରି ଏବେ ପ୍ରୀତିରଞ୍ଜନ ଛୁ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ଭୁବନେଶ୍ୱର (କେନ୍ୟୁଜ): ଲଭ, ସେକ୍ସ, ଧୋକା । ପ୍ରେମରେ ପ୍ରତାରଣା କଲେ କନଷ୍ଟେବଳ । ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କନଷ୍ଟେବଳଙ୍କ ନାଁରେ ଏଭଳି ଗୁରୁତର ଅଭିଯୋଗ ଆସିଛି । ଭୁବନେଶ୍ୱର ଷଷ୍ଠ ବାଟାଲିୟନରେ କାର୍ଯ୍ୟରତ କନଷ୍ଟେବଳ ପ୍ରୀତିରଞ୍ଜନ ବେହେରାଙ୍କ ନାଁରେ ଲଭ, ସେକ୍ସ ଓ ଧୋକା ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ ।

ଅଭିଯୋଗ କରିଛନ୍ତି, ବିବାହ ପ୍ରତିଶ୍ରୁତି ଦେଇ କନେଷ୍ଟବଳ ଶାରୀରିକ ସମ୍ପର୍କ ରଖିଥିଲେ । ଦୁହେଁ ୭ ବର୍ଷ ଲିଭ୍‌ ଇନ୍‌ରେ ରହିଥିଲେ । ତାଙ୍କ ସହ ପ୍ରତାରଣା କରି ଏବେ ପ୍ରୀତିରଞ୍ଜନ ଛୁ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀ । ଏଥିସହ ସେ ଅଭିଯୋଗ କରିଛନ୍ତି, ତାଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି । ଏନେଇ ବାରମ୍ବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଭୁବନେଶ୍ୱର ଡିସିପି ଅଫିସ ଆସିଛନ୍ତି ଯୁବତୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.