ବର୍ଷା ଯୋଗୁ ମାଟି ଧସି ସୁନା ଖଣିର ରାସ୍ତା ହୋଇଗଲା ବନ୍ଦ, ହେଲେ ବଞ୍ଚିଗଲେ ୯ ଶ୍ରମିକ: ଦେଖନ୍ତୁ ଭିଡିଓ

କଙ୍ଗୋର ଏକ ସୁନାଖଣିରେ ବର୍ଷା ଯୋଗୁଁ ରାସ୍ତା ବନ୍ଦ ହୋଇଗଲା । ହେଲେ ଭିତରେ ଫସି ରହିଗଲେ ୯ ଶ୍ରମିକ । ଭଗବାନଙ୍କ କୃପାରୁ ଏମିତି ହେଲେ ଉଦ୍ଧାର । ଭିଡିଓ ହେଉଛି ଭାଇରଲ

‘ରଖେ ହରି ତ ମାରେ କିଏ’ ।  ଖଣି ଭିତରୁ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଗଲେ ଶ୍ରମିକ । କଙ୍ଗୋର ଏକ ସୁନା ଖଣି ଭିତରେ ଶ୍ରମିକମାନେ କାମ କରୁଥବା ବେଳେ ଅଚାନକ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ମାଟି ଧସି ଖଣି ରାସ୍ତା ବନ୍ଦ ହୋଇ ଯାଇଥିଲା । ଆଉ ତା ଭିତରେ ରହି ଯାଇଥିଲେ ଶ୍ରମିକମାନେ । ଯାହାର ଭିଡିଓ ଟ୍ଵିଟରରେ ଦେଖିବାକୁ ମିଳିଛି ।

କେତେ ଜଣ ଶ୍ରମିକ ସୁନା ଖଣିର ବାହାର ପଟୁ ମାଟି ଖୋଳୁଛନ୍ତି ଆଉ ଅଚାନକ ତା ଭିରୁ ଜଣକ ପରେ ଜଣେ ଶ୍ରମିକ ବାହାରି ଆସୁଛନ୍ତି । କଙ୍ଗୋର ନୟାଙ୍ଗୋ ଠାରେ ଏହି ସୁନା ଖଣି ବର୍ଷା ଯୋଗୁଁ ଧସି ଯାଇଥିଲା । ତେଣୁ ବାହାରେ ଥିବା ଶ୍ରମିକମାନେ ଧସି ଯାଇଥିବା ମାଟିକୁ ଖୋଳି ଖଣି ଭିତରେ ଫସିଥିବା ଶ୍ରମିକଙ୍କୁ ବାହାର କରିଛନ୍ତି । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ମାଟି ଖେଳୁଥିବା ଶ୍ରମିକଙ୍କୁ ଉତ୍ସାହିତ କରିଥିଲେ । ମୋଟ ୯ ଜଣ ଶ୍ରମିକ ଖଣି ଭିତରୁ ବାହାରିଥିବା ଦେଖା ଯାଉଛି ।

ଭିଡିଓରେ ସୋସିଆଲ ମିଡିଆରେ ଭାଇରଲ ହେଉଛି । କଙ୍ଗୋରେ ଏଭଳି ଘଟଣା ନୂଆ ନୁହେଁ । ଖଣିରେ ଶ୍ରମିକମାନଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବାର ଅନେକ ନଜିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.