Below header

୭୬୦୦ ଟନ ଓଜନ ବିଶିଷ୍ଟ ୮୫ ବର୍ଷର ପୁରାତନ ସ୍କୁଲ ବିଲ୍ଡିଂକୁ ନ ଭାଙ୍ଗି କରାଗଲା ସ୍ଥାନାନ୍ତର, ଦେଖନ୍ତୁ Video

ଚୀନର ଇଞ୍ଜିନିଅରମାନେ ୭୬୦୦ ଟନର ଏକ ବିଲ୍ଡିଂକୁ ନ ଭାଙ୍ଗି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିନେଇଛନ୍ତି। ବିଲ୍ଡିଂଟି ସଂଘାଇ ସହରର ଏକ ସ୍କୁଲ, ଯାହାକୁ ୧୯୩୫ ମସିହାରେ ନିର୍ମାଣ କରାଯାଇଥିଲା। ସ୍ଥାନୀୟ ପ୍ରଶାସନର କହିବା ହେଲା, ଯେଉଁଠି ଏହି ସ୍କୁଲ ଅଛି, ସେଠି ଏକ ନୂଆ ଭବନ ତିଆରି ହେବାର ଅଛି।

jhhn

ଐତିହାସିକ ଅଟ୍ଟାଳିକା ହୋଇଥିବାରୁ ଇଞ୍ଜିନିଅରମାନେ ଏହାକୁ ଭାଙ୍ଗିବା ବଦଳରେ ସ୍ଥାନାନ୍ତର କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ ଏବଂ ଏଥିରେ ସଫଳ ବି ହୋଇଛନ୍ତି। ଇଞ୍ଜିନିଅରମାନେ ଏଥିପାଇଁ ୧୯୮ ରୋବଟିକ ଟୁଲ ବ୍ୟବହାର କରିଥିଲେ ଏବଂ ହଜାର ହଜାର ଟନର ଏହି ଅଟ୍ଟାଳିକାକୁ ଘୁଞ୍ଚାଇ ପାଖାପାଖି ୬୨ ମିଟର ଦୂର ପର୍ଯ୍ୟନ୍ତ ନେଇଯାଇଥିଲେ। ଏହି କାମ କରିବାକୁ ୧୮ ଦିନ ସମୟ ଲାଗିଥିଲା। ୧୫ ଅକ୍ଟୋବରରେ ଏହି କାମକୁ ସମ୍ପୂର୍ଣ୍ଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.