୫୦ ହଜାର ଟଙ୍କା ପାଇଁ ୧୧ ମାସର ପୁଅକୁ ବିକ୍ରି କରିଦେଲା ବାପା, ଉଦ୍ଧାର କଲା ଚାଇଲ୍ଡଲାଇନ

କଟକ (କେନ୍ୟୁଜ୍): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଶିଶୁ ବିକ୍ରି ଅଭିଯୋଗ । ୫୦ ହଜାର ଟଙ୍କା ପାଇଁ ୧୧ ମାସର ପୁଅର ବିକ୍ରି କରିଦେଲା ବାପା । ଅସୁରେଶ୍ୱର ପଞ୍ଚାୟତ ଭାଗବତପୁର ଗାଁର ଅଜୟ ସିଂହ ପୁଅକୁ ବିକ୍ରି କରିଥିବା ଜଣାପଡିଛି । ଅଭାବ ଅନଟନ ଯୋଗୁ ୪ ପିଲାଙ୍କୁ ପୋଷିବା ସମ୍ଭବ ହୋଇପାରିଲାନି । ତେଣୁ ନିଜର ସାନ ପୁଅକୁ ବିକ୍ରି କରିଥିବା କହିଛନ୍ତି ଶିଶୁର ବାପା । ଖବର ଜଣାପଡିବା ପରେ କଟକ CWCଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ୍‌ ଲାଇନ, ପୋଲିସ,ସିଡିପିଓ ଓ ସ୍ଥାନୀୟ ମହିଳା ମହାସଂଘ ପହଂଚି ଶିଶୁକୁ ଉଦ୍ଧାର କରିଥିଲେ । ଏବେ ପିଲାଟିକୁ CWC ନିକଟକୁ ନିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.