ଚିକିତ୍ସା ପାଇଁ ସରିଗଲା ସବୁ ସମ୍ପତ୍ତି ବିକ୍ରି ହୋଇଗଲା ଘର, ସର୍ବସ୍ୱ ହରାଇ ଏବେ ପରିତ୍ୟକ୍ତ ସ୍ଥାନରେ ପଡିରହିଛନ୍ତି ପରିବାର

ମାଲକାନଗିରି(କେନ୍ୟୁଜ୍): ଚିକିତ୍ସା ପାଇଁ ସରିଗଲା ସବୁ ସମ୍ପତ୍ତି । ବିକ୍ରି ହୋଇଗଲା ନିଜ ଝାଟି ମାଟି ଘର । ସର୍ବସ୍ୱ ହରାଇ ଏବେ ପରିତ୍ୟକ୍ତ ସ୍ଥାନରେ ଜୀବନ ବିତାଉଛନ୍ତି ଅସହାୟ ପରିବାର । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦରମହକୁମା ନିକଟସ୍ଥ MV-43 ଗାଁ ରେ । ଚାରି ବର୍ଷ ହେବ ଅଜଣା ରୋଗରେ ପିଡିତ ପରିମଳ ହଲ୍‌ ଦାର । ଯାହା ଥିଲା ତାକୁ ବିକି ଭାଙ୍ଗି ଚିକିତ୍ସାରେ ଖର୍ଚ୍ଚ କରିସାରିଲେଣି ।

ଏବେ ଚିକିତ୍ସା ତ ଦୂରର କଥା ଦିନକୁ ଦୁଇ ଓଳି ଖାଇବାକୁ ବି ସମ୍ବଳ ନାହିଁ । ସରକାରୀ ସହାୟତା ନିମେନ୍ତେ ଦଉଡି ଦଉଡି ତାଳୁ ଝାଳ ତଳିପାରେ ମଲାଣି । ହେଲେ କୌଣସି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ପରିମଳ । ସେପଟେ ଖବର ପାଇ ପରିମଳଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସମାଜସେବୀ ବିନୋଦ ଟାୱରୀ । ପରିମଳଙ୍କୁ ସେ ୨୦ ହଜାର ଟଙ୍କା ସହାୟତା ରାଶି ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.