ହୋମ୍ ଅନ୍ ହ୍ଵିଲ୍ : ଏହି ଦମ୍ପତିଙ୍କ ପାଇଁ ତାଙ୍କ ଡ୍ରିମ୍ ହାଉସ ହେଉଛି ୨୯୮ ବର୍ଗ ଫୁଟ୍ର ବସ୍
![home on wheel](https://knewsodisha.com/wp-content/uploads/2021/02/home-on-wheel.jpg)
ବସ୍ରେ ବାସ କରିବା ତାଙ୍କର ଇଚ୍ଛା ନୁହେଁ କିମ୍ବା ଏକ ସଂକୀର୍ଣ୍ଣ ସ୍ଥାନରେ ବାସ କରିବା ତାଙ୍କର ଲାଇଫ ଷ୍ଟାଇଲ୍ ନୁହେଁ । କିନ୍ତୁ ସେ ବାଛି ନେଇଛନ୍ତି ଏହି ବସ୍ଟିକୁ ତାଙ୍କର ଘର ପରି । କାରଣ ହେଉଛି ଅର୍ଥ । ବର୍ତ୍ତମାନ ଏହି ବସରେ ଚାଲିଛି ତାଙ୍କର ସୁଖର ସଂସାର । ଯେଉଁଠି ରହିଛି ବିଭିନ୍ନ ଆସବାବପତ୍ରରେ ସଜ୍ଜିତ ଅତ୍ୟାଧୁନିକ ବେଡ୍ ରୁମ । ଅତ୍ୟାଧୁନିକ ସରଞ୍ଜାମରେ ଭରପୁର ରୋଷେଇ ଘର । ଲାଲ୍ ଟାଇଲରେ ନିର୍ମିତ ବାଥ୍ ରୁମ୍ ଯେଉଁଠି ସାଓ୍ଵାର ଓ ଟଏଲଟ୍ ସହ ସବୁ ଆଧୁନିକତାର ସ୍ପର୍ଶ ରହିଛି । ଯାହାକୁ ସେ ତାଙ୍କର ଡ୍ରିମ୍ ହୋମ୍ ଅନ୍ ହୁଇଲ୍ ବୋଲି କୁହନ୍ତି ।
![home on wheel](https://cdn.knewsodisha.com/wp-content/uploads/2021/02/home-on-wheel.jpg-1.jpg)
ଖ୍ରୀଷ୍ଟିନି ସାଲ୍ଦାନ୍ ୨୮ ଏବଂ କ୍ୟାଥି ମାରିସ୍କାଲ୍ ୩୪ ଏହି ଦମ୍ପତି ନିଜର ଏକ ଘର ଭଡ଼ା ନେବାକୁ ଯେତେବେଳେ ଚିନ୍ତା କଲେ ତାଙ୍କୁ ଅତି କମରେ ମାସକୁ ୪,୫୦୦ ଡଲାରର ଏକ ଭଡ଼ା ଘର ମିଳିଲା । ଯାହାକି ତାଙ୍କ ପାଇଁ ବହୁତ ବଡ ଥିଲା । ତେଣୁ ସେ ମାସକୁ ୪,୫୦୦ ଡଲାର ଦେବା ପରିବର୍ତ୍ତେ ୭,୫୦୦ଦେଇ ଏକ ବସ କିଣିଲେ । ଏହାକୁ ଘର ଭଳି ତିଆରି କଲେ । ସେଥିରେ ତାଙ୍କର ବେଡ୍ ରୁମ୍ ସହ କିଚେନ୍, ବାଥ୍ ରୁମ ଭଳି ସବୁ ବ୍ୟବସ୍ଥା କଲେ । ବର୍ତ୍ତମାନ ତାଙ୍କର ଏକ ସ୍ଥାୟୀ ଘର ହୋଇଗଲା ।
![home on wheel.](https://cdn.knewsodisha.com/wp-content/uploads/2021/02/home-on-wheel.jpg-2.jpg)
ତାଙ୍କର ଏହି ଘରଟି ବିଭିନ୍ନ ଆଧୁନିକ ସାଜସାଜ୍ଜାରେ ପରିପୂର୍ଣ୍ଣ । ତାଙ୍କର ବାଥ ରୁମରେ ଗୋଲାପି ରଙ୍ଗର ଟାଇଲ୍ ପଡ଼ିବା ସହ ସାଓ୍ଵାର ଓ ଟଏଲଟ୍ ମଧ୍ୟ ରହିଛି । ରୋଷେଇ ଘରେ ମଧ୍ୟ ସବୁ ଆଧୁନିକ ବ୍ୟବସ୍ଥା ରହିଛି । ଯେଉଁଠି ସେ ଓ ତାଙ୍କର ପତ୍ନୀ ଆନନ୍ଦର ସହ ବାସ କରନ୍ତି । ସେଠାରେ ସେ ତାଙ୍କର କୁକୁର ସହ ବାସ କରୁଛନ୍ତି ।
![home on wheel.](https://cdn.knewsodisha.com/wp-content/uploads/2021/02/home-on-wheel.jpg-4.jpg)
ବସ୍ଟିକୁ ସମ୍ପୂର୍ଣ୍ଣ ରୂପେ ଏକ ଆଧୁନିକ ଘର ଭାବେର ତିଆରି କରିବାକୁ ତାଙ୍କୁ ୫୦ ହଜାର ଡଲାର ଖର୍ଚ୍ଚ କରିବାକୁ ପଡ଼ିଛି । ଯାହାକି ମାତ୍ର ଗୋଟିଏ ବର୍ଷର ଭଡା ସହ ସମାନ । ତେଣୁ ଗୋଟିଏ ବର୍ଷର ଭଡ଼ାରେ ସେ ନିଜର ଏକ ସୁନ୍ଦର ଗତିଶୀଳ ଘର ପାଇଲେ ବୋଲି କୁହନ୍ତି ଏହି ପତି-ପତ୍ନୀ ।
![home on wheel.](https://cdn.knewsodisha.com/wp-content/uploads/2021/02/home-on-wheel.jpg-3.jpg)
କରୋନା ସଂକ୍ରମଣ ସମୟରେ ଦମ୍ପତି ଦୁହେଁ ଲସ୍ ଆଞ୍ଜେଲସ ରୁ କାଲିଫର୍ଣ୍ଣିଆ , ହୁଷ୍ଟନ ଓ ଟେକ୍ସାସ୍ ଯାଇପାରିଛନ୍ତି । ବସ ଭିତରର ସାଜ ସଜ୍ଜା ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ଯେ ଏହା ଏକ ଘର ନୁହେଁ ବସ୍ ବୋଲି ।