ଅଷ୍ଟ୍ରେଲିଆରେ ବଢ଼ୁଛି ମାଂସ ଖାଉଥିବା ଅଲ୍‌ସର୍‌ ‘ବୁରୁଳି’, ଏହାର ଲକ୍ଷଣ ବହୁତ ସାଂଘାତିକ

କରୋନା ର ଆତଙ୍କ ଦେଶରୁ କମିନଥିବା ବେଳେ ଅଷ୍ଟ୍ରେଲିଆରେ ଦେଖାଦେଇଛି ଏକ ଭୟଙ୍କର ଅଲ୍‌ସର ନାମ ‘ବୁରୁଳି’ । ଏହି ରୋଗ ଅଷ୍ଟ୍ରେଲିଆରେ ଭୟଙ୍କର ଭାବେ ସଂକ୍ରମଣ ହେବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ସାବଧାନ ରହିବାକୁ ଲୋକଙ୍କୁ ସଚେତନ କରିଛି । ଆସନ୍ତୁ ଜାଣିବା ଏହି ରୋଗ ସମ୍ପର୍କରେ କିଛି କଥା ।

ବୁରୁଳି ଏକ ଅଲ୍‌ସର :

ଏହି ରୋଗ ଏକ ପ୍ରକାର ଅଲ୍‌ସର (ଘା) । ଏହା ଶରୀରର ଯେଉଁ ଅଂଶରେ ହୁଏ ସେ ଅଂଶକୁ ଖାଇଯାଏ । ଅଷ୍ଟ୍ରେଲିଆର କିଛି ସ୍ଥାନରେ ଏହି ରୋଗ ଦେଖାଯାଇଛି । ଏହାକୁ ନେଇ ସେଠାରେ ଆତଙ୍କ ଖେଳିଯାଇଛି ।

mosquito
photo credit: punjabkesari.in

ଏହି ରୋଗ କ’ଣ :

ବୁରୁଳି ନାମକ ଏହି ରୋଗ ପରିବେଶରେ ଥିବା ଏକ ପ୍ରକାର ମାଇକ୍ରୋବାକ୍ଟେରିଆମ୍‌ ଅଲ୍‌ସର ନାମକ ଏକ ବ୍ୟାକ୍ଟେରିଆରୁ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଏହା ଏକ ପ୍ରକାର ମଶା କାରଣରୁ ଅନ୍ୟ ଦେହକୁ ବ୍ୟାପୀ ଥାଏ । ତେଣୁ ମଶାଙ୍କୁ ରୋକିବା ପାଇଁ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି ।

ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା :

ଏହି ରୋଗ ମଣିଷ ଶରୀରର ତ୍ୱଚ୍ଚାକୁ ସାଂଘାତିକ ଭାବେ ଆକ୍ରମଣ କରିଥାଏ । କେବେ କେବେ ଏହା ହାଡ଼କୁ ମଧ୍ୟ ସଂକ୍ରମଣ କରିଥାଏ ।

.ପ୍ରଥମେ ଚର୍ମରେ ଲାଲ୍‌ ରଙ୍ଗର ଚିହ୍ନ ଦେଖାଦେଇଥାଏ ।

. ଯଦି ଠିକ୍‌ ସମୟରେ ଏହା ଉପରେ ଧ୍ୟାନ ଦିଆ ନଯାଏ ଧିରେ ଧିରେ ଶରୀରର ମାଂସକୁ ଏହା ଖାଇଥାଏ । ଫଳରେ ଶରୀରରେ ମାଂସ କମ୍‌ ହୋଇଯାଏ ।

. ବଡ଼ କଥା ହେଉଛି ପ୍ରଥମେ ଏଠାରେ ଦରଜ ଅନୁଭବ ହୋଇନଥାଏ । କେବଳ ଏହି ଜାଗା ଫୁଲି ଯାଇଥାଏ ।

ରୋଗୀଙ୍କୁ ସଂକ୍ରମିତ ହେବାକୁ ଲାଗିଥାଏ ଏତିକି ଦିନ :

ରିପୋର୍ଟ ଅନୁଯାୟୀ, ଏହି ରୋଗର ସବୁଠୁ ଅଧିକ ସଂକ୍ରମଣ ଗୋଡ଼ରେ ହୋଇଥାଏ । ଏହି ରୋଗ ସଂକ୍ରମିତ ହେବାକୁ ୪ରୁ ୯ ମାସ ଲାଗିଥାଏ । ଶରୀରର ଯେଉଁ ଭାଗରେ ଅଲ୍‌ସର ହୁଏ ସେଠାରେ ମାଂସ କମ୍‌ ହେବାକୁ ଲାଗିଥାଏ । ମନୁଷ୍ୟ ଏହି ରୋଗରେ ବିକଳାଙ୍ଗ ହୋଇଯାଇଥାଏ । ତେବେ କରୋନ ପ୍ରଭାବ ଇଲାକାରେ ଏହାର ଭୟ ଅଧିକ ଥାଏ ବୋଲି ଗବେଷକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.