Below header

ମାଡ଼ି ଆସୁଛି ତାତି, ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

କେନ୍ୟୁଜ୍(ବ୍ୟୁରୋ):  ମାଡ଼ି ଆସୁଛି ତାତି । ଫେବ୍ରୁଆରି ଶେଷ ନହେଉଣୁ ତାପମାତ୍ରା ବୃଦ୍ଧି ଯୋଗୁ ଜନଜୀବନ ପ୍ରଭାବିତ । ଆଗକୁ ତାତି ଆହୁରି ବଢ଼ିବ । ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ରାଜଧାନୀରେ ସର୍ବାଧିକ ୩୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି । ବାରିପଦାରେ ୩୮, ଅନୁଗୋଳରେ ୩୭.୭, ଟିଟିଲାଗଡ଼ରେ ୩୭.୬, ତାଳଚେରରେ ୩୭.୧, କଟକ ଓ ବଲାଙ୍ଗିରରେ ୩୭ ଡିଗ୍ରୀ ସେଲସିୟସ୍ ଲେଖାଏ ତାତି ରେକର୍ଡ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଏସଆରସି ସତର୍କତା ଜାରି କରିଛନ୍ତି ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ  ହିଟୱେଭ୍  ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ୧୯୯୮ରେ ହିଟୱେଭରେ ଯାଇଥିଲା ୨୦୪୨ଜଣଙ୍କର ଜୀବନ । ଏହାପରଠୁ ବ୍ୟାପକ ସଚେତନତା ଯୋଗୁଁ ରାଜ୍ୟରେ ହ୍ରାସ ପାଉଛି ଗ୍ରୀଷ୍ମପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା । ଶ୍ରମିକଙ୍କ କାର‌୍ୟ୍ୟ ସମୟ ନେଇ ରାଜ୍ୟ ଶ୍ରମବିଭାଗ ନିର୍ଦ୍ଦେଶନାମା ଜାରି କରିବା । ସେହିପରି ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିବେ। ପ୍ରତି ଛାତ୍ରଛାତ୍ରୀ ପାଣି ବୋତଲ ନେଇ ସ୍କୁଲ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.