ଗୋଟିଏ ମୋବାଇଲ ନମ୍ବରରୁ ବନାନ୍ତୁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ

ସରକାର ଲୋକଙ୍କର ଆବଶ୍ୟକତାକୁ ନଜରରେ ରଖି ପଲିଭିଲାଇନ୍ କ୍ଲୋରାଇଡ ବା ପିଭିସି ଆଧାର କାର୍ଡରେ ଆଧାର କାର୍ଡ ପ୍ରିଣ୍ଟ କରିବାକୁ ବୈଧ କରିଦେଇଛନ୍ତି। ନିଜେ ୟୁଆଇଡିଏଆଇ ଏହି ସୁବିଧା ଦେଇଛି। ଏବେ ଆପଣ ଏଟିଏମ୍ କାର୍ଡ ଭଳି ଏହି ପିଭିସି କାର୍ଡରେ ନିଜ ଆଧାର କାର୍ଡକୁ ପ୍ରିଣ୍ଟ କରାଇପାରିବେ। ଆପଣ ଭାବୁଥିବେ ପିଭିସି କାର୍ଡରେ ପ୍ରିଣ୍ଟ କରାଇଲେ ଅଧିକ କଣ ଲାଭ ମିଳିବ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ପିଭିସି ଆଧାର କାର୍ଡର ଫାଇଦା ଏୟା ଯେ ଆପଣଙ୍କ ଆଧାର କାର୍ଡ ପାଣିରେ ପଡିଗଲେ କିମତବା ଭିଜିଗଲେ ଆଦୌ ବି ଖରାପ ହେବନାହିଁ କି ଭାଙ୍ଗିବ ବି ନାହିଁ। ସବୁଠାରୁ ବଡ ଏବଂ ଖାସ୍ କଥା ହେଉଛି ଆପଣ ଗୋଟିଏ ମୋବାଇଲ୍ ନମ୍ବରରୁ ହିଁ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇ ପାରିବେ। ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଜଣାଇବୁ କେମିତି ଆପଣ ଗୋଟିଏ ମୋବାଇଲ ନମ୍ବରରେ ପରିବାରର ସମସ୍ତଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇବେ।

aadharପିଭିସି ଆଧାର କାର୍ଡର ଖାସିୟତ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପିଭିସି ଆଧାର କାର୍ଡ, ଏଟିଏମ୍ କାର୍ଡ ଭଳି ହିଁ ଅଟେ। ଏମିତିରେ ଏହି କାର୍ଡ ପାଣିରେ ଖରାପ ହେବନି କି ଭାଙ୍ଗିବାର ମଧ୍ୟ ଭୟ ରହିବନି। ଏହାଛଡା ନୂଆ ପିଭିସି ଆଧାର କାର୍ଡରେ ଅନେକ ନୂଆ ସିକ୍ୟୁରିଟୀ ଫିଚର୍ସ ଦିଆଯାଇଛି।

ପିଭିସି କାର୍ଡରେ ଆଧାରକୁ ପ୍ରିଣ୍ଟ କରିବା ଏବଂ ଘରେ ପହଁଚିବା ପାଇଁ ଆପଣଙ୍କୁ ପ୍ରାୟ ୫୦ ଟଙ୍କା ଶୁଳ୍କ ଦେବାକୁ ହେବ। ଆପଣ ଯେତେ ଜଣଙ୍କର ପିଭିସି ଆଧାର କାର୍ଡ ବନାଇବାକୁ ଚାହୁଁଛନ୍ତି, ସେତେ ଜଣଙ୍କ ପାଇଁ ଆପଣଙ୍କୁ ଫି ଜମା କରିବାକୁ ହେବ। ଯଦି ଆପଣଙ୍କ ପରିବାରରେ ପାଞ୍ଚ ଜଣ ଲୋକ ଅଛନ୍ତି, ତାହେଲେ ଆପଣଙ୍କୁ ୨୫୦ ଟଙ୍କା ଶୁଳ୍କ ଦେବାକୁ ହେବ।

ପିଭିସି ଆଧାର କାର୍ଡ ଅର୍ଡର କରିବା ପାଇଁ ଏହି https://residentpvc.uidai.gov.in/order-pvcreprint ଲିଙ୍କ ଉପରେ କ୍ଲିକ କରନ୍ତୁ। ଏହାପରେ ୧୨ ଅଙ୍କର ଆଧାର ନମ୍ବର ଦିଅନ୍ତୁ ଏବଂ ସିକ୍ୟୁରିଟୀ କୋଡ ମଧ୍ୟ ଦିଅନ୍ତୁ, ଏହି ସିକ୍ୟୁରିଟୀ କୋଡ୍ ଆପଣଙ୍କ ସ୍କ୍ରୀନ ଉପରେ ଦେଖାଯାଉଥିବ।

aadharaଏହାପରେ ଆପଣଙ୍କୁ ଦୁଇଟି ଅପସନ୍ ମିଳିବ ଯେଉଁଥିରେ ମୋବାଇଲ୍ ନମ୍ବର ରେଜିଷ୍ଟର୍ଡ ଅଛି କିମ୍ବା ନାହିଁ ବିକଳ୍ପ ଦେଖାଯିବ। ଏଥିରୁ ଆପଣଙ୍କୁ କୌଣସି ଗୋଟିଏ ଅପସନକୁ ଆପଣଙ୍କ ସୁବିଧା ଅନୁଯାୟୀ ବାଛିବାକୁ ହେବ। ଯଦି ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ପିଭିସି ଆଧାର କାର୍ଡ ବନାଇବାକୁ ଚାହୁଁଛନ୍ତି, ତାହେଲେ ସେମାନଙ୍କ ଆଧାର ନମ୍ବର ଦିଅନ୍ତୁ ଏଥିରେ ଆପଣ ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ। ଏହାପରେ ଆପଣ ଓଟିପି ଦ୍ୱାରା କାର୍ଡ ଅର୍ଡର କରିପାରିବେ।

ଆଧାର ନମ୍ବର, ସିକ୍ୟୁରିଟୀ କୋଡ ଏବଂ ଓଟିପି ଦେବା ପରେ ଆପଣଙ୍କ ଆଧାର କାର୍ଡର ଡିଟେଲ ଖୋଲିଯିବ, ସେସବୁକୁ ପ୍ରଥମେ ଚେକ୍ କରନ୍ତୁ ତାପରେ ପେମେଣ୍ଟ କରନ୍ତୁ। ପେମେଣ୍ଟ ପାଇଁ ଆପଣ ୟୁପିଆଇ, ଇଣ୍ଟରନେଟ ବ୍ୟାକିଙ୍ଗ ଏବଂ ଡେବିଟ୍ କାର୍ଡର ବ୍ୟବହାର କରିପାରିବେ। ପେମେଣ୍ଟ କରିବା ପରେ ଆପଣ ରସିଦକୁ ଡାଉନଲୋଡ୍ କରିପାରିବେ। ଏହାପରେ ରସିଦରେ ଦିଆଯାଇଥିବା ୨୮ ଅଙ୍କ ବିଶିଷ୍ଟ ସର୍ଭିସ ରିକ୍ୱେଷ୍ଟ ନମ୍ବରରୁ ଆପଣ ଟ୍ରାକ୍ କରିପାରିବେ। ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କ କାର୍ଡ କେଉଁଠି ହେଲାଣି ଏବଂ କେବେ ସୁଦ୍ଧା ପହଁଚିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.