ସକାଳୁ ଉଠି ପିଅନ୍ତୁ ଧଣିଆ ପାଣି, ପାଇବେ ଏହି ସବୁ ଫାଇଦା
ଭାରତୀୟ ଖାଦ୍ୟପେୟରେ ଧନିଆର ଏକ ସ୍ୱତନ୍ତ୍ର ସ୍ଥାନ ଅଛି । ଧନିଆରେ ଭିଟାମିନ, ମ୍ୟାଗନେସିୟମ, କ୍ୟାଲସିୟମ, ପୋଟାସିୟମ, ଆଇରନ, ଆଣ୍ଟି ଆକ୍ସିଡେଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ପରି ଔଷଧୀୟ ଗୁଣ ଭରପୁର ମାତ୍ରରେ ଅଛି । ଧଣିଆ ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସୁପ୍ରଭାଵ ପକାଇଥାଏ । ଖାଲି ଧଣିଆ ନୁହେଁ ଧନିଆ ପାଣିର ବି ଏକ ବିଶେଷ ମହତ୍ୱ ରହିଛି । ସକାଳୁ ଖାଲି ପେଟରେ ଧଣିଆ ପାଣି ପିଇବା ଫଳରେ ଏହାର ଦୁଇ ଗୁଣା ଫାଇଦା ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଆଣ୍ଟି ବ୍ୟାକ୍ଟେରିଆଲ ତଥା ଔଷଧୀୟ ଗୁଣରେ ଭରପୁର ଏହି ପାଣି ପାଚନ ତନ୍ତ୍ରକୁ ମଜବୁତ କରିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ସହ ସ୍ୱାସ୍ଥ୍ୟ ସହ ଜଡିତ ଅନ୍ୟ ସମସ୍ୟା ଗୁଡ଼ିକରୁ ବି ମୁକ୍ତି ମିଳିଥାଏ । ଏହା ସହ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟାରୁ ବି ମୁକ୍ତି ମିଳିଥାଏ । ଆଜି ଆମେ ଆପଣଙ୍କୁ ଧଣିଆ ପାଣି ସହ ଜଡିତ ଆଉ କିଛି ରୋଚକ ତଥ୍ୟ ବିଷୟରେ କହିବାକୁ ଯାଉଛୁ ।
କେମିତି ପିଇବେ:
– ଗୋଟେ ଗ୍ଲାସ ପାଣିରେ ଗୋଟେ ଚାମଚ ଧଣିଆ ମିଶାଇ ବତୁରାଈ ଦିଅନ୍ତୁ
– ସକାଳ ସମୟରେ ଏକ ଛଣାରେ ଛାଣି ଫଳେ ଲେମ୍ବୁର ରସ ମିଶାଇ ଦିଅନ୍ତୁ
– ଖାଲି ପେଟରେ ଏହାକୁ ପିଇ ଦିଅନ୍ତୁ |
ଚାହିଁଲେ ଆଉ ଏକ ତାରିକରେ ବି ପିଇ ପାରିବେ:
– ଏକ ପ୍ୟାନରେ ପାଣି ଆଉ ଗୋଟା ଧଣିଆ ଦେଇ ଭଲ ଭାବରେ ଫୁଟାନ୍ତୁ
– ପାଣିର ରଙ୍ଗ ବଦଳି ଆସିଲେ ଚୁଲିରୁ ଓଲ୍ହାଇ ଦିଅନ୍ତୁ
– ଏହାକୁ ସକାଳେ ଖାଲି ପେଟରେ ପିଅନ୍ତୁ
ମିଳିବ ଏହି ସବୁ ଫାଇଦା:
ଏହି ପାଣି ପିଇବା ଦ୍ୱାରା ଶରୀରରୁ ବର୍ଜ୍ୟ ବସ୍ତୁ ବାହାରି ଯିବ । ଏହା ସହ ଶରୀରର ମେଟାବୋଲିଜ୍ମ ହାର ବଢିବା ସହିତ ଜମା ହୋଇଥିବା ଏକ୍ସଟ୍ରା ଚର୍ବି ବାହାରିଯିବ ।
ଇମ୍ୟୁନିଟି ବଢିବ:
ଏହି ପାଣି ନିୟମିତ ପିଇବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବ । ଶରୀରକୁ ରୋଗ ଆଟାକ କରିବନି ।
ପିରିୟ୍ଡ଼ସ ଯନ୍ତ୍ରଣା କମାଇବ:
ମହିଳା ମାନଙ୍କ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଦାଉରୁ ବି ଏହା ମୁକ୍ତି ଦେଇଥାଏ ।
ପରିସ୍ରା ପୋଡାରୁ ରକ୍ଷା କରେ:
ଯେଉଁ ଲୋକ ମାନଙ୍କର ପରିସ୍ରା ପୋଡା ସମସ୍ୟା ଥାଏ ସେମାନେ ନିୟମିତ ଭାବେ ଏହି ପାଣି ପିଇବା ଉଚିତ । ଅନ୍ୟ ଭାଷାରେ କହିଲେ ୟୁଟିଆଇ ସମସ୍ୟାରୁ ମୁକ୍ତି ଦେଇଥାଏ ।