୨୦୨୧ର ବିବାହ ମୁହୂର୍ତ୍ତ : ୧୪ ମାର୍ଚ୍ଚରୁ ଲାଗୁଛି ଖରମାସ, ଜାଣନ୍ତୁ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ଥିବା ବିବାହର ଶୁଭ ତାରିଖ
ବିବାହ ଭଳି ମାଙ୍ଗଳିକ କାର୍ଯ୍ୟରେ ଶୁଭ ମୁହୂର୍ତ୍ତର ବିଶେଷ ମହତ୍ତ୍ୱ ରହିଥାଏ। ଜ୍ୟୋତିଷ ଗଣନା ଅନୁଯାୟୀ ବିବାହ ପାଇଁ କିଛି ଶୁଭ ତିଥି ରହିଥାଏ। ହିନ୍ଦୁ ପଞ୍ଚାଗରେ ବିବାହ ପାଇଁ କିଛି ତିଥିକୁ ବହୁତ ଉତ୍ତମ ବୋଲି ଧରାଯାଏ। ସେହିପରି କିଛି ତିଥିରେ ଶୁଭ ଏବଂ ମଙ୍ଗଳ କାମ କରିବା ପାଇଁ ବାରଣ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଖରମାସ, ମଳମାସ, ଗୁରୁ ଏବଂ ଶୁକ୍ର ତାରାର ଅସ୍ତ ହେବ ଏବଂ ଦେବଶୟନୀରେ ମାଙ୍ଗଳିକ କାମକୁ ବର୍ଜନ କରିଥାଏ।
ଏହି ସମୟରେ ଗୁରୁ ଗ୍ରହ ଉଦୟ ହୋଇସାରିଛନ୍ତି, କିନ୍ତୁ ଶୁକ୍ର ଅସ୍ତ ଅଛନ୍ତି। ଏହାସହିତ ୧୪ ମାର୍ଚ୍ଚରେ ଖରମାସ ମଧ୍ୟ ଆରମ୍ଭ ହୋଇଯାଉଛି। ଏମିତିରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଏପ୍ରିଲ ମାସରୁ ଆରମ୍ଭ ହେବ। ହିନ୍ଦୁ ପଞ୍ଚାଗ ଅନୁସାରେ, ଚୈତ୍ର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅର୍ଥାନ ୨୨ ଏପ୍ରିଲରୁ ମାଙ୍ଗଳିକ କାମ ଆରମ୍ଭ ହେବ।
ଶୁକ୍ର ତାରା ଅସ୍ତର ଅବଧି
ଶୁକ୍ର ତାରା ଉଦୟ ହେବା ମଙ୍ଗଳ କାର୍ଯ୍ୟ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଶୁକ୍ର ତାରା ମାଘ ଶୁଳ୍କ ପକ୍ଷର ତୃତୀୟ ଅର୍ଥାତ୍ ୧୪ ଫେବୃୟାରୀ ୨୦୨୧ରେ ଅସ୍ତ ହୋଇଥିଲା, ଯାହା ଚୈତ୍ର ଶୁକ୍ଳ ପକ୍ଷର ଷଷ୍ଠ ଅର୍ଥାତ୍ ୧୮ ଏପ୍ରିଲ ୨୦୨୧ରେ ଉଦୟ ହେବ।
କେତେ ଦିନ ଯାଏଁ ରହିବ ଖରମାସ : ୧୪ ମାର୍ଚ୍ଚରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ
ହୋଳାଷ୍ଟକ କେତେ ଠାରୁ ଲାଗୁଛି – ହୋଲିକା ଦହନର କିଛି ଦିନ ପୂର୍ବରୁ ହୋଳାଷ୍ଟକ ଲାଗିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ସମୟରେ ଶୁଭ କାର୍ଯ୍ୟ କରିବା ବର୍ଜିତ ଅଟେ। ଚଳିତ ବର୍ଷ ହୋଳାଷ୍ଟକ ୨୨ ମାର୍ଚ୍ଚ ଠା ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ।
୨୦୨୧ର ବିବାହ ମୁହୂର୍ତ୍ତ
ଏପ୍ରିଲ – ୨୨, ୨୪, ୨୫, ୨୭, ୨୮, ୨୯ ଏବଂ ୩୦
ମଇ- ୧, ୨, ୭, ୮, ୯, ୧୩, ୧୪, ୨୧, ୨୨, ୨୩, ୨୪, ୨୫, ୨୬, ୨୮, ୨୯ ଏବଂ ୩୦
ଜୁନ୍ – ୩, ୪, ୫, ୧୬, ୨୦, ୨୨, ୨୩ ଏବଂ ୨୪
ଜୁଲାଇ – ୧, ୨, ୭, ୧୩ ଏବଂ ୧୫
ନଭେମ୍ବର – ୧୫, ୧୬, ୨୦, ୨୧, ୨୮, ୨୯ ଏବଂ ୩୦
ଡିସେମ୍ବର – ୧, ୨, ୬, ୭, ୧୧ ଏବଂ ୧୩