କରଞ୍ଜିଆ ଚଢ଼େଇଭୋଳ ରାସ୍ତାରେ ସାଇକେଲକୁ ଧକ୍କାଦେଲା ବାଇକ, ଜଣେ ମୃତ ଜଣେ ଗୁରୁତର

କରଞ୍ଜିଆ (କେନ୍ୟୁଜ୍): କରଞ୍ଜିଆ ଚଢ଼େଇଭୋଳ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ସାଇକେଲକୁ ଧକ୍କାଦେଲା ବାଇକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି ।ଏପରି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଚଢ଼େଇଭୋଳ ରାସ୍ତାର ସାନ ଦେଉଳି ନିକଟରେ ।

ଘଟଣା ସ୍ଥଳରେ ସାଇକେଲ ଆରୋହୀ ଗଣେଶ୍ୱର ମୋଢେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ବାଇକ ଆରୋହୀ ଗୁରୁତର ହଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଦୁର୍ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.