ଦୁଇ ଦିନରେ ତୃତୀୟ ମ୍ୟାଚ୍ ଜିତି ଟେଷ୍ଟ ସିରିଜ୍ରେ ଭାରତ ଆଗୁଆ
ଅହମଦାବାଦ : ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ୧୦ ଓ୍ଵିକେଟ୍ରେ ହରାଇ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ । ଏହା ସହିତ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ୨-୧ରେ ଆଗୁଆ ରହିଛି ବିରାଟ ବାହିନୀ ।
ସ୍ପିନରଙ୍କୁ ସହାୟତା ଦେଉଥିବା ମୋଟେରାର ପିଚ୍ରେ ମାତ୍ର ଦୁଇ ଦିନରୁ କମ୍ ସମୟରେ ଖେଳ ଶେଷ ହୋଇଛି । ମ୍ୟାଚ୍ର ହିରୋ ସାଜିଛନ୍ତି ଲୋକାଲ୍ ବଏ ଅକ୍ଷର ପଟେଲ । ସେ ମୋଟ ୧୧ଟି ଓ୍ଵିକେଟ୍ ନେଇଛନ୍ତି । ପ୍ରଥମ ପାଳିରେ ୬ ଏବଂ ଦ୍ୱିତୀୟ ପାଳିରେ ୫ଟି ଓ୍ଵିକେଟ୍ ଦଖଲ କରି ଇଂଲଣ୍ଡ ବ୍ୟାଟିଂ ଦୁର୍ଗକୁ ମାଟିରେ ମିଶାଇ ଦେଇଥିଲେ । ଯାହାଫଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ୍ରେ ମାତ୍ର ୮୧ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।
ପ୍ରଥମ ପାଳିରେ ଭାରତ ୧୪୫ ରନ୍ କରି ଇଂଲଣ୍ଡ ଠାରୁ ୩୩ ରନ୍ରେ ଆଗୁଆ ଥିଲା । ଫଳରେ ମ୍ୟାଚ୍ ଜିତିବା ପାଇଁ ମାତ୍ର ୪୯ ରନ୍ ଦରକାର ହେଉଥିଲା । ଦୁଇ ଓପ୍ନର ରୋହିତ ଶର୍ମା ୨୫ ଏବଂ ଶୁଭମାନ ଗିଲ୍ ୧୫ ରନ୍ କରି ଦଳକୁ ୭.୪ ଓଭର୍ରେ ଜିତାଇ ଦେଇଥିଲେ ।
ତେବେ ଏହି ପିଚ୍ରେ ମାତ୍ର ୧୪୦.୨ ଓଭର୍ ଖେଳ ହୋଇଛି ଏବଂ ପଡ଼ିଛି ୩୦ଟି ଓ୍ଵିକେଟ୍ । ଯାହାକୁ ନେଇ ପ୍ରଶ୍ନ ଉଠିପାରେ ।