Below header

ଲିପ୍‌ଷ୍ଟିକ ଚୋରି କରୁଥିବା ବେଳେ ଧରା ପଡ଼ିଗଲା କୁକୁର, ଏମିତି ଦେଖାଇଲା ନିରୀହପଣ ଯେ ଲୋକେ ଅଜାଡ଼ି ପକାଇଲେ ଭଲ ପାଇବା

ସୋସିଆଲ ମିଡିଆରେ କୁକୁର, ବିଲେଇଙ୍କର ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। କେବେ କେବେ ସେମାନେ ନିଜର ମଜାଦାର ହରକତକୁ ନେଇ ଚର୍ଚ୍ଚାରେ ଥାଆନ୍ତି ତ କେତେବେଳେ ୟୁଜରମାନଙ୍କୁ କନ୍ଦାଇ ଦିଅନ୍ତି। ଏବେ ଏମିତି ହିଁ ଏକ କୁକୁରର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ବହୁତ ନିରୀହ ଦେଖାଯାଉଛି। କିନ୍ତୁ ଫଟୋରେ କୁକୁରଟି ଏମିତି ଏକ ଭୁଲ୍‌କୁ ଲୁଚାଇବାକୁ ଚେଷ୍ଟା କରୁଛି, ଯାହା ବିଷୟରେ ଆପଣ ଭାବି ମଧ୍ୟ ପାରିବେ ନାହିଁ। ବାସ୍ତବରେ, କୁକୁର ସେହି ସମୟରେ ଏମିତି ଏକ୍ସପ୍ରେଶନ ଦେଉଥିଲା, ଯେତେବେଳେ ସେ ଚୋରି କରୁଥିବା ବେଳେ ଧରାପଡ଼ି ଯାଇଥିଲା।

ଏହି ଫଟୋକୁ ୯ ଫେବୃଆରୀରେ ଡା. ସୁଲଭା ଅରୋଡା ଟ୍ଵିଟରରେ ଶେୟାର କରିଛନ୍ତି। ଡଗିର ଫଟୋ ଶେୟାର କରିବାକୁ ଯାଇ ସେ କ୍ୟାପସନ ଲେଖିଛନ୍ତି, ‘କାଲି ରାତିରେ ଜଣେ ଚୋର ଡ୍ରେସରରୁ ମା’ଙ୍କର ଏକ ଲିପ୍‌ଷ୍ଟିକ ଚୋରାଇ ନେଇ ପଳାଇଥିଲା, କିନ୍ତୁ ଆମେ ତାକୁ ଧରି ନେଇଛୁ’। କୁକୁରର ଏଭଳି ନିରୀହ ଚେହେରା ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସିଛି। ଲୋକେ ଏହା ଉପରେ ମଜାଦାର କମେଣ୍ଟସ୍‌ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.