ଖୋଲାହେଲା ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ, ଏବେ ସହଜରେ ଜଗା ଦର୍ଶନ ପାଇଁ ଯାଇପାରିବେ ଶ୍ରଦ୍ଧାଳୁ

ପୁରୀ : କୋହଳ ହେଲା ବ୍ୟାରିକେଡ ବ୍ୟବସ୍ଥା । ଖୋଲାହେଲା ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଖୁବଶୀଘ୍ର ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିବ । ଆସନ୍ତା ଶ୍ରୀପଞ୍ଚମୀରେ ରଥକାଠ ଅନୁକୂଳ ହେବ। ଖୋର୍ଦ୍ଧା, ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ଆସିବାକୁ ଥିବା କାଠ ରଥଖଳାରେ ରଖାଯିବ । ତେଣୁ ଆଜିଠାରୁ ବାରିକେଡ ବ୍ୟବସ୍ଥାକୁ କୋହଳ କରାଯାଇଛି । ସମ୍ପୂର୍ଣ୍ଣ ବ୍ୟାରିଜେଡ ଖୋଲାଯାଇ ଶ୍ରୀନଅର ସମ୍ମୁଖ ରଥଖଳାରେ ରଥକାଠ ରଖାଯିବ ।

ଅନ୍ୟପଟେ ଏଣିକି ଭକ୍ତମାନେ ଶ୍ରୀନଅର ନିକଟ ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବରୁ ମରିଚିକୋଟ ଛକରୁ ହୋଇଥିବା ବ୍ୟାରିକେଡ ଓ ରାସ୍ତାର ଦୁଇ ପାର୍ଶ୍ୱରେ ଦୋକାନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଅଣଓସାରିଆ ହୋଇପଡିଥିଲା । ଏଥିପାଇଁ ଯାତାୟାତରେ ଅସୁବିଧା ସୃଷ୍ଟି ହେବା ସହ ରଥଖଳା ମଧ୍ୟ ସଙ୍କୁଚିତ ହୋଇପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.