ଦିନେ ସବୁଜିମାରେ ଭରା ଥିଲା “ସାହାରା”, ଏବେ ପାଲଟିଛି ବିଶ୍ୱର ସବୁଠୁ ବଡ ମରୁଭୂମି

ଜାଣନ୍ତିକି ବିଶ୍ୱର ସର୍ବ ବୃହତ ମରୁଭୂମି ଭାବେ ଜଣା “ସାହାରା ମରୁଭୂମି” ହଜାର ହଜାର ବର୍ଷ ପୂର୍ବରୁ ସବୁଜିମାରେ ଭରପୁର ଥିଲା । ବିଭିନ୍ନ ଅଧୟନରୁ ଏହା ମଧ୍ୟ ଜଣାଯାଇଛିକି, ସପୂର୍ବରୁ ଏଠାରେ ଅନେକ ଗୁଡିଏ ଜୈବବିବିଧତା ମଧ୍ୟ ଥିଲା । ଏମିତିକି ଜିରାଫ, କୁମ୍ଭୀରଙ୍କ ଅବଶେଷ ମିଳିବା ସହ ପ୍ରାଚୀନ ଗୁମ୍ଫା ଗୁଡିକର ଚିତ୍ର ମଧ୍ୟ ଠାବ ହୋଇଛି । ସେସମୟରେ ମଣିଷ ମାନେ ପହଁରା ଶିଖିଥିବା ନେଇ ମଧ୍ୟ ଅନେକ ପ୍ରମାଣ ରହିଛି ।

ମିଳିଲା ୧୬ ଲକ୍ଷ ବର୍ଷ ତଳର ଇତିହାସ:

ଏହି ଅଂଚଳର ଅଧ୍ୟୟନ ପ୍ରଥମେ ଜର୍ମାନର ଏକ ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ ଦଳ ଆରମ୍ଭ କରିଥିଲେ । “ନେଚର ଜିଓ ସାଇନ୍ସ”ରେ ପ୍ରକାଶିତ ହୋଇଥିବା ଏହି ଅଧ୍ୟୟନ ରିପୋର୍ଟରେ ଆଫ୍ରିକା ମହାଦେଶର ପ୍ରାୟ ୧୬ ଲକ୍ଷ ବର୍ଷ ତଳ ଇତିହାସ ବାବଦରେ ଦର୍ଶାଯାଇଛି । ସେସମୟର ଵିଭିନ୍ନ ସମୟରେ ପରିବେଶରେ ଆସିଥିବା ପରିବର୍ତ୍ତନ ଗୁଡିକୁ ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ସମୟରେ ଦୁବ ଘାସ ଟିଏ କଅଁଳୁ ନଥିବା ବିରାଟ କାୟ ସାହାରା ମରୁଭୂମିରେ ସେସମୟର ବିରାଟ ବିରାଟ ଗଛ ଥିବା ନେଇ ଠୋସ ପ୍ରମାଣ ମିଳିଛି । ଏମିତିକି ସମୁଦ୍ର ମଧ୍ୟରେ ବିରାଟ ବିରାଟ ଗର୍ତ୍ତ ସମେତ ସମୁଦ୍ର ମାଟିରେ ନିର୍ମିତ ୩୦ ଫୁଟ ଗହୀରର ଏକ ସ୍ଥମ୍ଭ ମଧ୍ୟ ମିଳିଛି ।

sahara

ଆଉ ଏହି ମାଟିରେ ପଶୁପକ୍ଷୀଙ୍କ ଶରୀରର ଅବସାଦ ମଧ୍ୟ ଠାବ ହୋଇଛି । ଆଫ୍ରିକା ମହାଦେଶରେ ଦେଖାଯାଉଥିବା ଗଛ ଲତା ମାନଙ୍କର ଅବଶେଷ ମଧ୍ୟ ମିଳିଛି । ଏହା ସହ ସମୁଦ୍ର ଜଳରେ ଦେଖାଯାଉଥିବା ଏକ ପ୍ରକାର ସୂକ୍ଷ୍ମ ଜୀବଙ୍କର ଦେହାବଶେଷ ମଧ୍ୟ ମିଳିଛି । ଯେଉଁଥିରୁ ଅନୁମାନ କରାଯାଉଛିକି, ଅତୀତରେ ସେଠାକାର ଜଳବାୟୁରେ ଏକ ବଡ ଧରଣର ପରିବର୍ତ୍ତନ ଆସିଥିଲା । ବିଭିନ୍ନ ସମୟରେ ଖୁବ ବଡ ବଡ ନଦୀ ମାନ ମଧ୍ୟ ଏହି ମରୁଭୂମି ଦେଇ ପ୍ରଭାହିତ ହେଉଥିଲେ । କିନ୍ତୁ ଏବେ ଏହି ସ୍ଥାନ ପୃଥିବୀର ସବୁଠୁ ଶୁଖିଲା ସ୍ଥାନ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.