ଦେଖନ୍ତୁ ହୃଦୟବିଦାରକ Video: ବତକ ଛୁଆଙ୍କୁ ଖାଇବା ପାଇଁ ଅଜଗର ପଶିଲା ଗାତରେ, ମା’ ଛୁଆମାନଙ୍କୁ ଭାଗେଇଦେଲା ସତ, କିନ୍ତୁ ନିଜେ ହିଁ ବନିଗଲା ଶିକାର

ଦୁନିଆରେ ମା’ର ଜାଗା କେହି ନେଇପାରିବେନି। କାରଣ, ମା’ ହିଁ, ଯିଏ ଆମକୁ ସବୁଠାରୁ ଅଧିକ ଭଲ ପାଇଥାଏ। ମା’ ମମତାର ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ ମା’ ବତକ ତା’ ଛୁଆମାନଙ୍କୁ ବଞ୍ଚାଇବା ପାଇଁ ଅଜଗର ସହ ନିଜ ଜୀବନକୁ ବାଜି ଲଗାଇ ଦେଉଛି। ବତକଟି ଛୁଆମାନଙ୍କୁ ବଞ୍ଚେଇ ତ ଦେଉଛି, କିନ୍ତୁ ନିଜେ ଅଜଗରର ଶିକାର ବନିଯାଉଛି।

as

ଏହି ଭିଡ଼ିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଧା ରମଣ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ମାତୃତ୍ବର ବଳ ପ୍ରକୃତିର ନିୟମ ଆଗରେ ମହାନ’। ତେବେ ଏହି ଭିଡ଼ିଓରେ ମା’ ବତକ ଛୁଆମାନଙ୍କ ସହ ଏକ ଗାତ ଭିତରେ ବସିଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ଏକ ଅଜଗର ବତକମାନଙ୍କୁ ଶିକାର କରିବା ପାଇଁ ସେହି ଗାତ ପାଖରେ ପହଁଞ୍ଚି ଯାଉଛି।

ssa

sa

ସେପଟେ ବତକ ବିପଦ ମାଡ଼ିଆସୁଥିବାର ଦେଖି ଛୁଆମାନଙ୍କୁ ଗାତରୁ ଭଗାଇବାରେ ଲାଗୁଛି ଏବଂ ନିଜ ଜୀବନକୁ ଖାତିର କରୁନି। ବତକର ସବୁ ଛୁଆ ଗାତରୁ ବାହାରି ଆସୁଛନ୍ତି, କିନ୍ତୁ ମା’ ବତକ ଗାତରୁ ବାହାରି ପାରୁନାହିଁ। ଶେଷରେ ସେ ଅଜଗରର ଶିକାର ବନିଯାଉଛି। ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୫୮ ହାଜରରୁ ଅଧିକ ଥର ଦେଖାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.