ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ହଳଦିଆ ବେଙ୍ଗ, ଯାହାକୁ ଦେଖି ଡରିଗଲେ ଗାଁ ଲୋକ

ସାଧାରଣତଃ ବେଙ୍ଗର ରଙ୍ଗ ମାଟିଆ, କଳା କିମ୍ବା ଛିଟ ଛିଟ ହୋଇଥିବା ଆପଣ ନିଶ୍ଚିତ ଦେଖିଥିବେ କିନ୍ତୁ କେବେ ହଳଦିଆ ବେଙ୍ଗ ଦେଖିଛନ୍ତି। ହୁଏତ ନା। ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଅଜବ ଭିଡିଓ। ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ଦେଖାଯାଇଛି ବିରଳ ଦୁର୍ଲଭ ପ୍ରଜାତିର ଶହ ଶହ ବେଙ୍ଗ । ସାଧାରଣ ବେଙ୍ଗଙ୍କ ଭଳି ଏହାର ରଙ୍ଗ ମାଟିଆ, କଳା କି ଛିଟପଡ଼ା ନୁହଁ ଏହି ବେଙ୍ଗମାନଙ୍କର ରଙ୍ଗ ରହିଛି ହଳଦିଆ । ତେବେ ପ୍ରଥମଥର ପାଇଁ ଏଭଳି ହଳଦିଆ ବେଙ୍ଗକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।


ବେଙ୍ଗମାନଙ୍କର ଏହି ଦୁର୍ଲଭ ପ୍ରଜାତିକୁ “ଇଣ୍ଡିଆନ୍ ବୁଲ୍ ଫ୍ରଗ୍” କୁହାଯାଏ । ପ୍ରଜନନ ସମୟରେ ଏହି ବେଙ୍ଗ ନିଜର ରଙ୍ଗ ବଦଳାଏ ଏବଂ ଗାଢ ହଳଦିଆ ରଙ୍ଗର ରୂପ ନେଇଥାନ୍ତି । ବେଙ୍ଗ ଏପରି ରଙ୍ଗ ବଦଳାଇବାର କାରଣ ହେଉଛି, ବର୍ଷାଦିନରେ ବେଙ୍ଗ ମହିଳା ବେଙ୍ଗକୁ ଆକର୍ଷିତ କରିବା ପାଇଁ ଏପରି ରଙ୍ଗ ବଦଳାନ୍ତି। ପରିବେଶବିତଙ୍କ ମତରେ , ଏହି ଦୁର୍ଲଭ ପ୍ରଜାତିର ବେଙ୍ଗ ଚାଷୀମାନଙ୍କ ପାଇଁ ମଧ୍ୟ ଖୁବ୍ ଲାଭକାରୀ ଏବଂ ଇକୋ-ଫ୍ରେଣ୍ଡଲୀ । ଇଣ୍ଡିଆନ୍ ବୁଲ୍ ଫ୍ରଗ୍ ପ୍ରଜାତିକୁ ନଡ଼ରି ଏମାନଙ୍କ ବିଷୟରେ ଅନ୍ୟ ଲୋକଙ୍କୁ ସୂଚନା ଦେବା ପାଇଁ ପରିବେଶବିତ୍ କହିଛନ୍ତି ।

ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଭିଡିଓକୁ ଆଇଏଫଏସ୍‌ ପ୍ରବୀଣ କାସଓ୍ଵାନ ଟ୍ଵିଟ୍‌ କରିଛନ୍ତି। ଯାହାକୁ ଏପର୍ଯ୍ୟନ୍ତ ୩.୧ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ଲୋକେ ରି ଟ୍ଵିଟ୍‌ ମଧ୍ୟ କରିଛନ୍ତି।

Leave A Reply

Your email address will not be published.