Below header

କଣ ଆପଣ ଏହି ପୋଲ ବିଷୟରେ ଜାଣିଛନ୍ତି ? ଯାହାକୁ ବର୍ଷା ଆସିଲେ ଭାଙ୍ଗି ଦିଆଯାଏ, ବର୍ଷା ଗଲେ ଯୋଡାଯାଏ

କଂବୋଡିଆର ମେକୋଂଗ୍ ନଦୀ ଉପରେ ଏକ ଅଜବ ପୋଲ ରହିଛି । ଯାହାକୁ ଗରମ ଦିନମାନଙ୍କରେ ତିଆରି କରାଯାଇଥାଏ ଏବଂ ବର୍ଷା ଆରମ୍ଭ ପୂର୍ବରୁ ଏହି ପୋଲକୁ ଭାଙ୍ଗିଦିଆଯାଏ । ଏହି ପୋଲଟି ନିଜର ପ୍ରସ୍ତୁତି ପାଇଁ ସାରା ଦୁନିଆରେ ପ୍ରସିଦ୍ଧ । ଏହି ପୋଲଟି କୋନେଟ୍ କାମ୍ପୋଙ୍ଗ୍ ଏବଂ କୋହ ପେନ୍ କୁ ଏକାଠି ଯୋଡିଥାଏ । ପାଖାପାଖି ୩୩୦୦ ଫୁଟ ଲମ୍ବା ଏହି ପୋଲଟିକୁ ତିଆରି କରିବା ପାଇଁ ପ୍ରତ୍ୟେକ ବର୍ଷ ୫୦୦ ହଜାର ବାଉଁଶ ଆବଶ୍ୟକ ପଡିଥାଏ ।

ଏହି ପୋଲକୁ ସବୁ ବର୍ଷ ଏଥିପାଇଁ ଭଙ୍ଗା ଯାଇଥାଏ କାରଣ ବର୍ଷା ଦିନରେ ଏହି ନଦୀର ଜଳ ତ୍ସୋତ ଖୁବ୍ ବଢିଯାଏ । ବାଉଁଶ ପାଣିରେ ଭାସି ନଯାଉ ତେଣୁ କରି ଏହି ପୋଲକୁ ଭାଙ୍ଗି ସେଥିରୁ ବାଉଁଶ କଢା ହୋଇ ରଖାଯାଏ କାହିଁକି ନା ପୁଣି ଖରା ଦିନରେ ଏହାକୁ ବ୍ୟବହାର କରି ପୋଲ ନିର୍ମାଣ କରାଯାଇପାରିବ ।

 

ଗରମ ଦିନରେ ବାଉଁଶର ପୋଲ ତିଆରି କରିବା ଏବଂ ବର୍ଷା ଦିନରେ ଏହି ପୋଲକୁ ଭାଙ୍ଗିବାର ଏହି ପରମ୍ପରା କାହିଁ କେଉଁ କାଳରୁ ଏଠାରେ ଚାଲିଆସୁଛି । କଂବୋଡିଆ ସିଭିଲ୍ ୱାରର କାରଣରୁ ଏହା ହୋଇନଥିଲା । ଏହି ପୋଲକୁ ଏପରି ତିଆରି କରାଯାଇଥାଏ ଯେପରି ସେହି ପୋଲରେ କେବଳ ଚାଲିକି ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ନୁହେଁ ବଂର ବାଇକ୍, ସାଇକେଲ୍, କାର୍ ଓ ଟ୍ରକ୍ ମଧ୍ୟ ଯାତାୟତ କରିପାରୁଥିବ ।

ଏହି ପୋଲରେ ଯିବା ଆସିବା କରୁଥବା ଲୋକମାନେ ଟିକସ ବାବଦକୁ ୧:୭୫ ପଇସା(୧୦୦ରିୟଲ) ଦେଇଥାନ୍ତି । କିନ୍ତୁ ବିଦେଶୀ ପ୍ରର୍ୟ୍ୟଟକ ମାନେ ଏହି ଟଙ୍କାର ୪୦ ଗୁଣା ଅଧିକ ଟିକସର ଦାମ୍ ଭରିଥାନ୍ତି ।

 

ପ୍ରକୃତରେ, ପୂର୍ବ ବର୍ଷ କଂବୋଡିଆର ସରକାର ମେକୋଂଗ୍ ନଦୀ ଉପରେ ଏହି ବାଉଁଶ ପୋଲ ନିକଟରେ ଏକ କକ୍ରିଂଟ୍ ପୋଲର ନିର୍ମାଣ କରାଇଛନ୍ତି । କିନ୍ତୁ ସ୍ଥାନୀୟ ଲୋକମାନଙ୍କୁ ଏହି କଥାର ଡର ଥାଏକି, କାଳେ ଏହି ବାଉଁଶର ପୋଲର ପରମ୍ପରା ଭାଙ୍ଗି ନଯାଉ ତେଣୁ ପ୍ରତି ବର୍ଷ ଏହି ବାଉଁଶ ପୋଲ ନିର୍ମାଣ କରାଯାଏ ।

କିନ୍ତୁ ଏଠାକୁ ଆସୁଥିବା ବିଦେଶୀ ପ୍ରର୍ୟ୍ୟଟକଙ୍କ କହିବା କଥା, ଏବେ ବି ବାଉଁଶର ପୋଲକୁ ପୁରା ମଜଭୁତରେ ତିଆରି କରାଯାଉଛି । ଏବେ ଏହି ପୋଲଟି ପୂର୍ବ ଅପେକ୍ଷା ପୁରୁଣା ହୋଇଗଲାଣି ଏବଂ ଏହି ପୋଲ ଉପରେ ପାଦରେ ଚାଲିକି ଯାତାୟତ କରୁଥିବା ଲୋକମାନେ ହିଁ ଯିବାଆସିବା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.