କୁକୁଡ଼ା ଚିଆଁକୁ ଏକ ଭିନ୍ନ ଉପାୟରେ ଚୋରି କରିନେଲେ ଏହି ତିନି ପିଲା, ଦେଖନ୍ତୁ ଭିଡିଓ

ପିଲାଦିନ ବହୁତ ସୁନ୍ଦର ହୋଇଥାଏ ଆଓ ଛୋଟ ପିଲାଙ୍କ ବୁଦ୍ଧି ମଧ୍ୟ । ବଡରୁ ବଡ ଭୁଲ କରିଦେଲେ ମଧ୍ୟ ଯଦି ସେ ଜଣେ ଛୋଟ ପିଲା ହୋଇଥାଏ ତାହେଲେ ଏହା ବି ଆମକୁ କ୍ୟୁଟ ଲାଗିଥାଏ । ଠିକ ଯେପରି ଏଇ ପିଲାମାନଙ୍କୁ ଦେଖନ୍ତୁ । କ୍ୟୁଟ କ୍ୟୁଟ ଛୋଟ ତିନି ଛୁଆ କରିଛନ୍ତି କିଛି ଏପରି କାମ ଯାହା ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ । ଏହି ପିଲା ତିନିଜଣ ନିଜ ଡ୍ରେସର ପକେଟରେ ଛୋଟ ଛୋଟ 2ଟି କୁକୁଡ଼ା ଛୁଆକୁ ଚୋରେଇ ନେଇଯାଉଛନ୍ତି । ତେବେ ଏହି ସମୟରେ ଜଣେ ବ୍ୟକ୍ତି ଆସି ତାଙ୍କୁ ପଚାରିବାରୁ ତିନି ଛୁଆଙ୍କ କାଣ୍ଡ ସାମ୍ନାକୁ ଆସୁଛି ।


ଭିଡିଓରେ ଆପଣ ଦେଖିପାରୁଥିବେ କିପରି ଜଣକ ପରେ ଜଣେ ନିଜ ପକେଟରୁ କୁକୁଡ଼ା ଛୁଆ ବାହାର କରୁଛନ୍ତି । ତେବେ ଏହି କୁକୁଡ଼ା ଛୁଆ ବାହାର କରିବା ସମୟରେ ଏହି ପିଲାଙ୍କ ମୁଂହ ଦେଖିବା ଭଳି ଥିଲା । ଏକ ଭିନ୍ନ ପ୍ରକାରର କ୍ୟୁଟନେସ ତାଙ୍କଠାରେ ଦେଖିବାକୁ ମିଳିଥିଲା । 33 ସେକେଣ୍ଡର ଏହି ଭିଡିଓକୁ qudsia_qanbary ନାମକ ଜଣେ ଟ୍ୱିଟର ୟୁଜର ସେୟାର କରିଛନ୍ତି ଏବଂ ଏହି ଛୋଟପିଲା ମାନେ ସେହି କୁକୁଡା଼ଛୁଆଙ୍କୁ ଚୋରି କରିଥିଲେ ବୋଲି ସେ କହିଛନ୍ତି । ଯାହାକୁ ସୋସିଆଲ ମିଡିଆରେ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହାସହିତ ଲୋକମାନେ ଏହି ପିଅନକ କ୍ୟୁଟନେସ ଓ ପିଲାଳିଆମୀକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ମତ ରଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.