ଛାତ୍ରଙ୍କୁ ଅପହରଣ ପରେ ମାଡ଼ ମାରି ମୁହଁରେ ପରିସ୍ରା କଲେ ଦୁବୃର୍ତ୍ତ, ଭାଇରାଲ ହେଉଛି ଭିଡିଓ

ଛାତ୍ରକୁ କେବଳ ଅପହରଣ କରିଛନ୍ତି ତା ନୁହେଁ ଛାତ୍ରକୁ ମାଡ଼ ମାରିବା ସହ ତା ମୁହଁରେ କରିଛନ୍ତି ପରିସ୍ରା । ଆଉ ଛାତ୍ରଙ୍କ ମୁହଁରେ ପରିସ୍ରା କରୁଥିବାର ଭିଡିଓକୁ ବି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ।

ମଦ ର ନିଶା ହୋଇଗଲେ ମଣିଷ କିଛି ବୁଝି ପାରେନି । ନିଜର ମାନସିକ ସ୍ଥିତିକୁ ହରାଇ ବସେ । କିଛି ଲୋକଙ୍କୁ ମଦ ନିଶା ଏମିତି ଘାରେ ଯେ ସେ ନିଜ ହିତାହିତ ଜ୍ଞାନକୁ ହରାଇ ବସନ୍ତି ଏବଂ ଜନ ସାଧାରଣଙ୍କ ଉପରେ କରନ୍ତି ଅମାନୁଷିକ କାଣ୍ଡ । ତେବେ କିଛି ନିଶାସକ୍ତ ଯୁବକ ମଦ ନିଶାରେ କିଛି ଏପରି କରିଛନ୍ତି ଯାହା ନିଶ୍ଚିତ ନିନ୍ଦନୀୟ । ମଦି ନିଶାରେ କିଛି ଯୁବକ ଜଣେ ନୀରିହ ଛାତ୍ରକୁ ରାସ୍ତା ମଝିରୁ ଅପହରଣ କରି ତା ସହ କରିଛନ୍ତି ଅମାନୁଷିକ କାଣ୍ଡ । ଉକ୍ତ ଛାତ୍ରକୁ କେବଳ ଅପହରଣ କରିଛନ୍ତି ତା ନୁହେଁ ଛାତ୍ରକୁ ମାଡ଼ ମାରିବା ସହ ତା ମୁହଁରେ କରିଛନ୍ତି ପରିସ୍ରା । ଆଉ ଛାତ୍ରଙ୍କ ମୁହଁରେ ପରିସ୍ରା କରୁଥିବାର ଭିଡିଓକୁ ବି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ତେବେ ଏହି ଭାଇରାଲ ଭିଡିଓ ପିୟୁସ ରାଜ ନାମକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି ।

ଏଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ମିରଟରୁ ସାମ୍ନାକୁ ଆସିଛି । ଯେଉଁଠାରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ଅପହରଣ କରି ପ୍ରଥମେ ତାଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ କିଛି ଦୁବୃର୍ତ୍ତ ଏବଂ ପରେ ଛାତ୍ରଙ୍କ ମୁହଁରେ ପରିସ୍ରା କରିଥିଲେ । ଛାତ୍ରଙ୍କ ସହ ଅସଦାଚରଣର ସବୁ ସୀମାକୁ ପାର କରିଥିଲେ ଦୁବୃର୍ତ୍ତ । ଗାଳିଗୁଲଜ କରିବା ସହ ଭୟଙ୍କର ଭାବେ ପିଟିଥିଲେ ଛାତ୍ରଙ୍କୁ । କେବଳ ଏତିକି ନୁହେଁ ଯେତେବେଳେ ଉକ୍ତ ଛାତ୍ରର ବାପା ତାଙ୍କ ପୁଅ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ଅଭିଯୋଗ କରିବା ପାଇଁ ମେଡିକାଲ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ସେତେବେଳେ ପୋଲିସ ତାଙ୍କ ଅଭିଯୋଗକୁ ବଦଳାଇ ଦେଇଥିଲା । ପୋଲିସ ଏକ ନୂଆ ଅଭିଯୋଗ ଲେଖିଥିଲା ଯେଉଁଥିରେ ଲେଖାଥିଲା ଯେ ତାଙ୍କ ପୁଅର ଅପହରଣ କରାଯାଇ ନାହିଁ, କେବଳ ତାଙ୍କୁ ମାଡ ଦିଆଯାଇଛି ।

ୟୁପିର ମିରଟ ଜିଲ୍ଲାର କିଛି ଦୁବୃର୍ତ୍ତ ଯୁବକ ସେହି ଛାତ୍ରଙ୍କୁ ଅପହରଣ କରି ନୃଶଂସତାର ସବୁ ସୀମାକୁ ପାର କରିଥିଲେ । ଛାତ୍ରଙ୍କ ବାପାଙ୍କ ସୂଚନା ଅନୁଯାୟୀ, ଦୀପାବଳି ପରଦିନ ତାଙ୍କ ପୁଅ ଦୀପାବଳି ପାଳନ କରିବାକୁ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ସମୟରେ କିଛି ଅଜଣା ଯୁବକ ଛାତ୍ରଙ୍କୁ ଅପହରଣ କରି ମେଡିକାଲ ଅଞ୍ଚଳର ଜାଗୃତି ବିହାର ଏକ୍ସଟେନ୍ସନ୍ କୁ ନେଇଥିଲେ। ଏହା ପରେ ଅଭିଯୁକ୍ତମାନେ ଯୁବକଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ ।

ଛାତ୍ରଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ଶୂନଶାନ ସ୍ଥାନକୁ ନେଇ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିଥିଲେ । ଅଭିଯୁକ୍ତମାନେ ମଦ ନିଶାରେ ମାଡ଼ ମାରି ମନ ନବୁଝିବାରୁ ଛାତ୍ରଙ୍କ ଉପରେ ପରିସ୍ରା କରିଥିଲେ । ଛାତ୍ରଙ୍କୁ ମାଡ଼ ମାରିବା ସହ ପରିସ୍ରା କରୁଥିବାର ଭିଡିଓକୁ ମଧ୍ୟ ମୋବାଇଲରେ କଏଦ କରିଥିଲେ । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଛାତ୍ରଙ୍କ ବାପା ଏହି ମାମଲାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଭିଯୁକ୍ତ ଅଭି ଶର୍ମା, ଆଶିଷ ମଲିକ, ରାଜନ ଏବଂ ମୋହିତଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରି ୩ ଜଣ ଅଜ୍ଞାତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.