ସମୁଦ୍ରରେ କାହିଁକି ବୁଡ଼ିଯାଏ ବିଶାଳକାୟ ଜାହାଜ, ଜାଣିଛନ୍ତି କି ଏହାର କାରଣ..?

ଇତିହାସଠାରୁ ଆଜି ପର୍ଯ୍ୟନ୍ତ ଆପଣ ପାଣିରେ ଅନେକ ଜାହାଜ ବୁଡିଯିବା ଘଟଣା ବିଷୟରେ ଶୁଣିଥିବେ କିନ୍ତୁ କେବେ ଆପଣଙ୍କ ମନକୁ ଏ ପ୍ରଶ୍ନ ଆସିଛି ଯେ କାହିଁକି ଗୋଟେ ଜାହାଜ ପାଣିରେ ବୁଡ଼ିଯାଏ । ଆମେ ଅନେକ ସମୁଦ୍ର ଗର୍ଭରେ ଅନେକ ବିଶାଳ ଆକାରର ଜାହାଜ ଦେଖିଥାଉ । ଆଖିରେ ନ ଦେଖିଥିଲେ ବି ବିଭିନ୍ନ ଫିଲ୍ମ ମାଧ୍ୟମରେ ଆମେ ଏହି ଭଳି ଜାହାଜ ଦେଖି ଅନେକ କଥା ଭାବିଥାଉ । ଏହି ଜାହାଜ ଗୁଡିକ ସମୁଦ୍ରରୁ ଭାରି ପଦାର୍ଥ ଯେପରିକି ଲୁହା ନେବାକୁ ଆସିଥାନ୍ତି ବୋଲି ଆମେ ଜାଣିଥାଉ । ଏହି ବିଶାଳକାୟ ଜାହାଜ ଗୁଡିକରେ ଅନେକ ପ୍ରକାରର ଭାରି ଧାତୁ, ଖଣିଜ ଆଦି ଲଦି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥାଏ । ଏହି ଭୟଙ୍କର ଆକାରର ଜାହାଜ ଗୁଡିକର ସମୁଦ୍ରରେ ବୁଡିବାର କାରଣ ତାର ନିଜର ଆକାର ଓ ସେଥିରେ ବୋହା ହେଉଥିବା ପଦାର୍ଥ ହୋଇଥାଏ ।

 

ବର୍ତ୍ତମାନ ପର୍ଯ୍ୟନ୍ତ ଏମିତି କେତେ ଯେ ଜାହାଜ ସମୁଦ୍ର ଗର୍ଭରେ ବୁଡି ଯାଇଛନ୍ତି, ତାହା ର ସଠିକ ହିସାବ କେହି ବି ଦେଇ ପାରିବେ ନାହିଁ । ଜାହାଜରେ ଥିବା ଧାତୁରେ କଳଙ୍କି ଲାଗିବା ଦ୍ୱାରା ଏଥିରେ କେମିକାଲ ରିଆକ୍ସନ ହୋଇଥାଏ ଓ ଏହା ଜାହାଜକୁ ତରଳାଇ ଦେଇଥାଏ , ଏହି ପ୍ରକ୍ରିୟାକୁ ଲିକ୍ୱିଫେକ୍ସନ କୁହାଯାଏ । ସେହିପରି ୨୦୧୫ ରୁ ୨୦୧୬ କିଲୋ ଟନର ଜୁପିଟର ନାମକ ଏକ ମାଲବାହୀ ଜାହାଜ ଦକ୍ଷିଣ- ପଶ୍ଚିମ ଭିଏତନାମ ପାଖରେ ଥିବା ସମୁଦ୍ରରେ ବୁଡି ଯାଇଥିଲା ଓ ଏଥିରେ ଜାହାଜର ୧୯ ଜଣ କର୍ମଚାରୀ ମୃତ୍ୟୁ ମୁଖରେ ପଡିଥିଲେ । ଏହି ଦୁର୍ଘଟଣା ପରେ ଜାହଜରେ ହେଉଥିବା କ୍ୟାମିକାଲ ରିଆକ୍ସନ ବିଷୟରେ ଇଣ୍ଟରନ୍ୟାସନଲ ମ୍ୟାରିଟାଇମ ଆର୍ଗିନାଇଜେନସ ବା ଆଇ ଏମ ଏ ସମସ୍ତଙ୍କୁ ସଚେତନ କରାଯାଇଥିଲା ।

ଜାହାଜରେ ମାଲ ଲଦିବା ସମୟରେ ଖୁବ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଠିକ୍‌ ଭାବରେ ମାଲକୁ ନ ରଖିଲେ ଜାହାଜ ତଳୁ ଚାପ ପଡୁଥିବା ପାଣିର ଓଜନ ଯୋଗୁଁ ସବୁ ମାଲ ଗୋଟିଏ ପାର୍ଶ୍ୱରେ ରହିଯାଇଥାଏ । ଯାହା ଫଳରେ ଜାହାଜଟି ଅନେକ ସମୟ ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ୱରେ ଝୁଲି ହୋଇ ରହିଥାଏ ଓ ଅଧିକା ଝୁଲି ରହିବା ଦ୍ୱାରା ଏହାର ବୁଡିବାର ସମ୍ଭାବନା ଅଧିକ ରହିଥାଏ । ତେବେ ଏହିପରି ର୍ଦୁଘଟଣାକୁ ରୋକିବା ପାଇଁ ଆଇ ଏମ ଏ ଏକ ଗାଇଡଲାଡନ ଜାରି କରିଛନ୍ତି ଯେଉଁଥିରେ ଏକ ନିର୍ଦ୍ଧାରିତ ଓଜନର ମାଲ ନିଆଯାଇ ପାରିବ । ମାଲ ପରିବହନ ସମୟରେ ଏଭଳି ଛୋଟ ଛୋଟ ଭୁଲକୁ ଅଣଦେଖା କଲେ ବହୁତ ବଡ ବିପଦରେ ପଡିବାର ଆଶଙ୍କା ରହିଥାଏ । ଏହା ସହିତ ଜାହାଜର କର୍ମଚାରୀଙ୍କୁ ମଧ୍ୟ ସଚେତନ ରହିବା ଆବଶ୍ୟକ । ଯଦି କୌଣସି କାରଣରୁ ଜାହାଜରେ ପାଣି ପସୁଛି ତେବେ ତାହାକୁ ତୁରନ୍ତ କାଢିବେ । ପାଗର ପରିବର୍ତ୍ତନକୁ ଦେଖି ଜାହାଜଟିର ଦିଗ ମୋଡିବେ । ଏହିଭଳି ଛୋଟ ଛୋଟ କଥାକୁ ଦୃଷ୍ଟିରେ ରଖିଲେ ର୍ଦୁଘଟଣାର ସମ୍ଭାବନା ଖୁବ କମିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.