ଆପଣଙ୍କ ପାଇଁ ଜରୁରୀ ଖବର, ଘରେ ବସି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବନାଇବା ହେଲା ସହଜ, ଏମିତି କରନ୍ତୁ ଆବେଦନ

ଯଦି ଆପଣ ମଧ୍ୟ ଘରେ ବସି ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ବନାଇବାର ସହଜ ଉପାୟ ଜଣାଇବୁ। ଯାହାକୁ ଆପଣ ବିନା ଆରଟିଓ ଅଫିସ ଯାଇ ମଧ୍ୟ ଏହି ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଆବେଦନ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏଥିପାଇଁ ଆପଣଙ୍କୁ କଣ କରିବାକୁ ହେବ।

ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ଜରୁରୀ କାଗଜପତ୍ର : ରାସନ କାର୍ଡ, ଭୋଟର କାର୍ଡ, ଆଧାର କାର୍ଡ, ବିଜୁଳି ବିଲ୍‌, ପାନ କାର୍ଡ, ପାଣି ବିଲ୍

sarathiଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କରନ୍ତୁ ଆବେଦନ

  • ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ଆବେଦନ କରିବାକୁ ହେଲେ ସର୍ବପ୍ରଥମେ ଆପଣଙ୍କୁ ସରକାରଙ୍କର ଅଫିସିଆଲ ୱେବସାଇଟsarathi.parivahan.gov.in/କୁ ଯିବାକୁ ହେବ। ସେଠାକୁ ଯାଇ ଆପଣଙ୍କୁ ନିଜ ରାଜ୍ୟର ଚୟନ କରିବାକୁ ହେବ।
  • ଏବେ ଆପଣଙ୍କୁ ବାମ ପାର୍ଶ୍ୱରେ ଅନେକ ଅପସନ୍‌ ଦେଖାଯିବ, ଯେଉଁଥିରେ ପ୍ରଥମ ଅପସନ୍‌ ଅର୍ଥାତ ଆପ୍ଲାଏ ଅନଲାଇନକୁ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ନ୍ୟୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସର ବିକଳ୍ପ ଦେଖାଯିବ, ତାହା ଉପରେ କ୍ଲିକ କରନ୍ତୁ।
  • ଯେମିତି ହିଁ ଆପଣ ନ୍ୟୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଉପରେ କ୍ଲିକ କରିବେ, ଆପଣଙ୍କ ସାମ୍ନାରେ Continueର ଅପସନ୍‌ ଦେଖାଯିବ। ତାହାଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ।
  • ଏବେ ଆପଣ ନିଜର ମୋବାଇଲ୍‌ ନମ୍ବର ଏଣ୍ଟର କରନ୍ତୁ। ଏହାପରେ ଆପଣଙ୍କୁ ଓଟିପି ମିଳିଯିବ।
  • ଏହାପରେ ଆପଣଙ୍କୁ Learner’s Licence Number ଏବଂ ଡେଟ୍‌ ଅଫ୍‌ ବାର୍ଥ ଏଣ୍ଟର କରିବାକୁ ହେବ।

sarathi newଏତିକି କରିବା ପରେ ଆପଣଙ୍କୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ଫର୍ମରେ ଉଚିତ୍‌ ବିବରଣୀ କରିବାକୁ ହେବ। ଏହାପରେ ଜରୁରୀ କାଗଜପତ୍ରକୁ ଅପଲୋଡ୍‌ କରନ୍ତୁ। ଏବେ ଆପଣଙ୍କୁ ଡିଏଲ ପାଇଁ ଆପୋଏଣ୍ଟମେଣ୍ଟ ତାରିଖ ବାଛିବାକୁ ହେବ। ଏହାସହିତ ଆପଣଙ୍କୁ ଡିଏଲ ପାଇଁ ଅନଲାଇନ ଫିସ୍‌ ପେମେଣ୍ଟ କରିବାକୁ ପଡିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନୂଆ ଲାଇସେନ୍ସ ପାଇବାକୁ ହେଲେ ଆପଣଙ୍କୁ ଆରଟିଓ ଅଫିସ ଯାଇ ଡ୍ରାଇଭିଙ୍ଗ୍‌ ଟେଷ୍ଟ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.