ୱାଇନରେ ଲୁଚି ରହିଛି ହୃଦରୋଗର ଚିକିତ୍ସା, ବୈଜ୍ଞାନିକ ବତାଇଲେ ପିଇବାର ତରିକା

ୱାଇନ ସ୍ବାସ୍ଥ୍ଯ ପାଇଁ ଲାଭଦାୟକ। ବୈଜ୍ଞାନିକମାନେ ଏକ ଅଧ୍ୟୟନରୁ ସ୍ପଷ୍ଟ କରିଛନ୍ତି କି,ଲୋଏର ହାର୍ଟ ରୋଗରୁ ରକ୍ଷା ପାଇବା ପାଇଁ ୱାଇନ ପିଇବା ବେଶ ଫାଇଦାଯୁକ୍ତ ହୋଇଥାଏ। ଏବେ ରିସର୍ଚ୍ଚ ମୁତାବକ, ଆଲକହଲ ଫ୍ରି ୱାଇନ ପିଇବା ମଧ୍ୟ ହୃଦୟ ପାଇଁ ବେଶ ଫାଇଦା ହୋଇଥାଏ। ଯେମିତି ରେଡ ୱାଇନ ଶରୀର ପାଇଁ ଭଲ ହୋଇଥାଏ।

ବୈଜ୍ଞାନିକଙ୍କ ମୁତାବକ, ଆଲହକଲ ଫ୍ରି ୱାଇନ ସ୍ବାସ୍ଥ୍ଯ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ। ଆଙ୍ଗଲିଆ ରସକିନ ୟୁନିଭରସିଟି ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି।
ରିସର୍ଚ୍ଚ ମୁତାବକ, ୪୦ରୁ ୬୯ ବର୍ଷୀୟ ୪ ଲକ୍ଷ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କୁ ହାର୍ଟଆଟାକ ହେବାର ଆଶଙ୍କା କମ୍ ଦେଖାଦେଇଥିଲା। ଏମାନେ ୧ ସପ୍ତାହରେ ୧୧ ଗ୍ଲାସ ୱାଇନ ପିଇଥିଲେ। ଏହି ଲୋକଙ୍କ ମଧ୍ୟରେ ଡ୍ରିଙ୍କ କରୁଥିବା ଏବଂ କରୁନଥିବା ଲୋକଙ୍କ ତୁଳନାରେ ୪୦ ପ୍ରତିଶତ କମ୍ କୋରୋନରୀ ହାର୍ଟ ରୋଗର ଅଧିକ ବିପଦ ରହିଥିଲା।

ଯେଉଁମାନେ ପ୍ରତିଦିନ ନନ ଆଲକହଲ ଯୁକ୍ତ ୱାଇନ ପିଉଥିଲେ ସେମାନଙ୍କ ମଧ୍ୟରେ ଏମିତି ରେଜଲ୍ଟ ଦେଖିବାକୁ ମିଳିଥିଲା। ୱାଇନରେ ଆଲକହଲରୁ ନୁହେଁ ବରଂ ଅଙ୍ଗୁରରୁ ଆସିଥିଲା। ଅଙ୍ଗୁରରେ ଥିବା ହାଇ ଆଣ୍ଟି ଅକ୍ସିଡେଣ୍ଟ କିମ୍ବା ଫଲିଫିନେଲ ରହିଥିବା ଯୋଗୁଁ ହୃଦୟର ଲାଇନିଂ ଭଲଭାବେ ଫଙ୍କସନ କରିବାକୁ ଲାଗିଥାଏ। ରିସର୍ଚ୍ଚ ମୁତାବକ, ଯେଉଁ ଲୋକମାନେ ସପ୍ତାହକୁ ୮-୧୧ ଗ୍ଲାସ ୱାଇନ ପିଅନ୍ତି, ସେମାନଙ୍କୁ ହାର୍ଟଆଟାକ କମ୍ ହୋଇଥାଏ।