Below header

ସ୍ୱିଗି ଡେଲିଭରି ବୟ ପତିତପାବନଙ୍କୁ ଉତ୍ତରା ଛକରୁ କିଏ କଲା ଅପହରଣ? ରାସ୍ତାରେ ପଡିଛି ଚପଲ ଓ ଛୁରୀ

କେନ୍ୟୁଜ୍(ବ୍ୟୁରୋ):  ଧଉଳି ନିକଟରୁ ସ୍ୱିଗି ଡେଲିଭରି ବୟଙ୍କୁ ଅପହରଣ । ଅପହରଣ ନେଇ ଥାନାରେ ଏତଲା ଦେଇଛନ୍ତି । ସେ ସ୍ୱିଗିରେ ଡେଲିଭରୀ ବୟ ଭାବେ କାମ କରୁଥିଲେ ପତିତପାବନ ପୃଷ୍ଟି । ଭୁବନେଶ୍ୱର ଉତ୍ତରା ଛକ ନିକଟରେ ତାଙ୍କୁ ଅପହରଣ କରାଯାଇଥିବା ଫୋନ ଯୋଗେ ଘରକୁ ଜଣାଇଛନ୍ତି ।

କିଛି ଲୋକ ଛୁରୀରେ ଆକ୍ରମଣ କରିବା ସହ ଫୋନ ଓ ଟଙ୍କା ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଫୋନରେ ଘରକୁ ଜଣାଇଥିଲେ । ଗତକାଲି ରାତିରେ ଏହି ଘଟଣା ଘଟିଥିଲା । ଆଜି ଦୟା ପୋଲ ଉପରେ ପତିତପାବନଙ୍କ ଚପଲ ଓ ଛୁରୀ ପଡିଥିବା ଦେଖିବାକୁ ମିଳିଛି । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.