ନିଆର ଢ଼ଙ୍ଗରେ ପ୍ରଚାର, ପ୍ରାର୍ଥୀଙ୍କ ବେକରେ ଫୁଲମାଳ ସହ ଚପଲମାଳ

ବର୍ତ୍ତମାନ ଉଠୁଛି ପଡ଼ୁଛି ପ୍ରଚାର ମୈଦାନ । କାରଣ ପ୍ରଚାର ମୈଦାନରେ ପ୍ରଚାର କରୁଛନ୍ତି ସମସ୍ତ ରାଜନୈତିକ ଦଳ । ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଥିବା ବେଳେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ କରୁଛନ୍ତି ପ୍ରଚାର । ନିକଟରେ ଜଣେ ନେତାଙ୍କ ନିଆର ଢ଼ଙ୍ଗର ପ୍ରଚାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବେକରେ ଫୁଳ ମାଳ ସାଙ୍ଗକୁ ପକାଇଛନ୍ତି ଚପଲ ମାଳ। ଆଉ ବୁଲି ବୁଲି କରୁଛନ୍ତି ପ୍ରଚାର ।

ଆଉ ଦିନ କେଇଟା ପରେ ହେବ ଭୋଟ । ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସେଥିପାଇଁ ପ୍ରଚାର ମୈଦାନରେ ପ୍ରାର୍ଥୀ। ଜୋରସୋରରେ ଚଳାଇଛନ୍ତି ନିଜର ପ୍ରଚାର । ଆଉ ଲୋକଙ୍କ ମନରେ ଜାଗା ତିଆରି କରିବା ପାଇଁ କରୁଛନ୍ତି ପ୍ରଚେଷ୍ଟା । ବର୍ତ୍ତମାନ ଉଠୁଛି ପଡ଼ୁଛି ପ୍ରଚାର ମୈଦାନ । କାରଣ ପ୍ରଚାର ମୈଦାନରେ ପ୍ରଚାର କରୁଛନ୍ତି ସମସ୍ତ ରାଜନୈତିକ ଦଳ । ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଥିବା ବେଳେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଢଙ୍ଗରେ କରୁଛନ୍ତି ପ୍ରଚାର ।

ନିକଟରେ ଜଣେ ନେତାଙ୍କ ନିଆର ଢ଼ଙ୍ଗର ପ୍ରଚାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବେକରେ ଫୁଳ ମାଳ ସାଙ୍ଗକୁ ପକାଇଛନ୍ତି ଚପଲ ମାଳ। ଆଉ ବୁଲି ବୁଲି କରୁଛନ୍ତି ପ୍ରଚାର। ତେବେ ଏହି ନେତା ଜଣକ ହେଉଛନ୍ତି ଅଲିଗଡ ଲୋକସଭା ଆସନର ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ । ନିର୍ବାଚନ ଆୟୋଗଙ୍କ ଠାରୁ ନିର୍ବାଚନ ପ୍ରତୀକ ଭାବେ ଚପଲ ଚିହ୍ନ ପାଇଛନ୍ତି । ଏଥିପାଇଁ ପଣ୍ଡିତ କେଶବ ଦେବ ଗୌତମ ଚପଲ ମାଳ ପିନ୍ଧି ଲୋକଙ୍କୁ ରାସ୍ତାରେ ବୁଲି ବୁଲି ଭୋଟ୍ ମାଗୁଛନ୍ତି।

ତେବେ ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ଦଳର ନେତାମାନେ ନିର୍ବାଚନ ରାଲି ଆରମ୍ଭ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରାର୍ଥୀମାନେ ଜନସାଧାରଣଙ୍କ ପାଖକୁ ଯାଇ ଭୋଟ୍ ମାଗୁଛନ୍ତି । ଏହି ସମୟରେ ସ୍ୱାଧୀନ ପ୍ରାର୍ଥୀ ଜଣକ ଉତ୍ତରପ୍ରଦେଶର ଅଲିଗଡ ଲୋକସଭା ଆସନରେ ଏକ ନିଆରା ପ୍ରଚାର କରୁଛନ୍ତି। ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ ନିର୍ବାଚନ ପ୍ରତୀକ ହେଉଛି ଚପଲ । ଏହାପରେ ସ୍ୱାଧୀନ ପ୍ରାର୍ଥୀ କେଶବ ଦେବ ତାଙ୍କ ବେକରେ ଚପଲ ପିନ୍ଧି ଏହି ଅଜବ ପ୍ରଚାର କରୁଛନ୍ତି ।

ତେବେ ଅଲିଗଡ ଲୋକସଭା ଆସନରେ ୧୪ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଜୋରଦାର ଲଢ଼େଇ । ମାର୍ଚ୍ଚ ୨୮ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ମୋଟ ୨୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାରି ଭିତରେ ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ କରାଯାଇଥିଲା। ତା’ପରେ ଅନ୍ୟ ଦୁଇଜଣ ସେମାନଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଅଲିଗଡ ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରାୟ ସାଢ଼େ ତିନି ଲକ୍ଷ ମୁସଲମାନ ଭୋଟର ଅଛନ୍ତି। କିନ୍ତୁ କୌଣସି ଦଳ ଏଥର ମୁସଲମାନ ନେତାଙ୍କୁ ଟିକେଟ୍ ଦେଇନାହାଁନ୍ତି।

ସେପଟେ ଚଳିତ ଥର ବିଜେପି ପକ୍ଷରୁ ଏହି ଆସନରେ ସତୀଶ କୁମାର ଗୌତମ ନିର୍ବାଚନ ଲଢ଼ୁଛନ୍ତି । ଇଣ୍ଡିଆ ମେଣ୍ଟର ଆଲୋଚନା ପରେ ସମାଜବାଦୀ ପାର୍ଟି ଖାତାକୁ ଏହି ଆସନ ଆସିଛି। ଅଲିଗଡ଼ ତରଫରୁ ବିଜେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ବହୁଜନ ସମାଜ ପାର୍ଟି ପକ୍ଷରୁ ହିତେନ୍ଦ୍ର କୁମାର ଓରଫ ବଣ୍ଟି ଉପାଧ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.