Below header

ଆମେରିକାର ଦାବି, ବୁହାନ ଲ୍ୟାବରେ ‘ବିଶେଷ ଉଦ୍ଦେଶ୍ୟ’ରେ ଚୀନ ତିଆରି କରିଥିଲା କରୋନା ଭାଇରସ

ବିଶ୍ଵ ମହାମାରୀ କରୋନା ଭାଇରସ ପୂରା ଦୁନିଆରେ ତାଣ୍ଡବ ରଚିବା ପରେ ଏବେ ଚୀନ ଉପରେ ପ୍ରଶ୍ନ ପରେ ପ୍ରଶ୍ନ ଉଠୁଛି। ଏମିତିରେ ଏକ ଆମେରିକୀୟ ସମାଚାର ଚ୍ୟାନେଲ ଦାବି କରିଛି ଯେ ଚୀନର ବୁହାନରେ ଥିବା ଏକ ଲ୍ୟାବରେ ଏହି ଜୀବନ ନାଶକ କରୋନା ଭାଇରସକୁ ତିଆରି କରାଯାଇଥିଲା। ଏହାପଛରେ ଚୀନର ବିଶେଷ ଉଦ୍ଦେଶ୍ୟ ମଧ୍ୟ ଥିଲା।

ଆସନ୍ତୁ ଜାଣିବା କଣ ସେହି ଦାବି

ଆମେରିକୀୟର ଏକ ସମାଚାର ଚ୍ୟାନେଲର ଗତକାଲି ନିଜ ରିପୋର୍ଟରେ ଦାବି କରିଛି ଯେ ଚୀନ ଏହି ଭାଇରସକୁ ବୁହାନ ଲ୍ୟାବରେ ତିଆରି କରିଥିଲା। ଏହାପଛରେ ଚୀନର ଏକ ‘ବିଶେଷ ଉଦ୍ଦେଶ୍ୟ’ ଥିଲା। ଚ୍ୟାନେଲ ନିଜ ରିପୋର୍ଟରେ ଜଣାଇଛି ଯେ ଚୀନ ଜଣାଇବାକୁ ଚାହୁଁଥିଲା ଯେ ତାଙ୍କ ବୈଜ୍ଞାନିକ କୌଣସି ପ୍ରକାରରେ ମଧ୍ୟ ଆମେରିକାର ବୈଜ୍ଞାନିକଙ୍କ ଠାରୁ ପଛରେ ନୁହଁ।

coronavirus 66ରିପୋର୍ଟ ଅନୁଯାଇ ଚୀନ କରୋନାକୁ ତିଆରି କରି ଏହା କହିବାକୁ ଚାହୁଁଥିଲା ଯେ ସେ କେତେ ଭୟଙ୍କର ଭାଇରସକୁ ତିଆରି କରିପାରେ। ଚ୍ୟାନେଲ ଜଣାଇଛି ଯେ କରୋନା ଭାଇରସକୁ ସୃଷ୍ଟି କରିବାର ଚୀନର ଏହା ଏବେ ପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଏବଂ ଗୋପନୀୟ ପ୍ଲାନ ଥିଲା।

ସୂଚନା ଅନୁଯାୟୀ ଡାକ୍ତରଙ୍କ ଚେଷ୍ଟା ଏବଂ ଏହି ଭାଇରସ ଆରମ୍ଭ ଜୋଇଥିବା ଲ୍ୟାବରେ ଥିବା କାଗଜପତ୍ରର ଅଧ୍ୟୟନରୁ ଜଣାପଡିଛି ଯେ ବୁହାନର ସୃଷ୍ଟି ହୋଇଥିବା ସେହି ବଜାରରେ ବାଦୁଡି ବିକ୍ରି ହିଁ ହୁଏନାହିଁ, ଯେଉଁଠି କରୋନା ବ୍ୟାପିଛି ବୋଲି ସମସ୍ତେ ମାନୁଛନ୍ତି।
ସେହିପରି ଜାଣି ଜାଣି ମାଂଶ ବଜାରରେ ଏହି ଭାଇରସ ବ୍ୟାପିବା କଥା କହିଥିଲା, ଯାହାଦ୍ୱାରା ଭାଇରସ ତିଆରି ହୋଇଥିବା ଲ୍ୟାବ ବିଷୟରେ କେହି ଜାଣିପାରିବେ ନାହିଁ।

coronavirusଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ ବୁଧବାର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବୁହାନ ଲ୍ୟାବରେ କରୋନା ଭାଇରସ ଦୁର୍ଘଟଣାବଶତଃ ଲୋକଙ୍କ ମଧ୍ୟରେ ବ୍ୟାପିଛି ନ ଯୋଜନା ଅନୁଯାଇ, ଏହା ନିଶ୍ଚୟ ଖୋଜି ବାହାର କରାଯିବ। ସେହିପରି ଆମେରିକୀୟ ବିଦେଶ ମନ୍ତ୍ରୀ ପୂର୍ବରୁ ହିଁ କହିସାରିଛନ୍ତି ଚୀନକୁ ନିହାତି କହିବାକୁ ପଡିବ ଯେ ଏହି ଭୟଙ୍କର ଭାଇରସ କେମିତି ବ୍ୟାପିଲା?

ଆମେରିକା ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପଙ୍କ ଆରୋପ ପରେ ଗୁରୁବାର ଚୀନ ନିଜର ପ୍ରତିକ୍ରିୟା ରଖିଛି। ଚୀନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି ଯେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ମଧ୍ୟ ଜଣାଇ ସାରିଛି ଯେ କରୋନା ଭାଇରସକୁ ବୁହାନ ଲ୍ୟାବରେ ତିଆରି କରାଯାଇଛି ବୋଲି କୌଣସି ପ୍ରମାଣ ନାହିଁ।ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାରା ଦୁନିଆର ପ୍ରାୟ ୨୦ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.