ସ୍ପେସ୍‌ ଦୁର୍ଘଟଣାରେ ମରିବେନି ମହାକାଶଚାରୀ, ରୋବୋଟ କରିବେ ମହାକାଶର ସମସ୍ତ କାମ

ଅନେକ ଥର ଏହି ମହାକାଶ ଦୁର୍ଘଟଣାରେ ମହାକାଶଚାରୀମାନେ ମରିଯାନ୍ତି । ଇତିହାସରେ ଏଭଳି ଅନେକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାକୁ ରୋକିବା ପାଇଁ ନାସା ଏକ ନୂଆ ଉପାୟ ବାହାର କରିଛି । ନାସା ପ୍ଲାନ କରିଛି ଯେ ବର୍ତ୍ତମାନ ହ୍ୟୁମାନାଇଡ ରୋବଟଗୁଡ଼ିକୁ ମହାକାଶ ମିଶନରେ ପଠାଯିବ ।

ବହୁବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ସ୍ପେସ୍‌ ଯାତ୍ରା କରୁଛି । ପ୍ରତ୍ୟେକ ସ୍ପେସ୍‌ ମିଶନର ଭିନ୍ନ ଉଦ୍ଦେଶ୍ୟ ରହିଥାଏ । ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନ କରେ ତ ବେଳେବେଳେ ଏଲିଅନ୍ସଙ୍କ ସନ୍ଧାନ କରିବା ପାଇଁ ମହାକାଶକୁ ଯାଏ । ନିକଟରେ ଭାରତର ଚନ୍ଦ୍ରଯାନ-୩ ମିଶନ ଚନ୍ଦ୍ରକୁ ପଠାଯାଇଥିଲା । ପ୍ରତ୍ୟେକ ଦେଶ ଏହିପରି ଅନେକ ସ୍ପେସ୍ ମିଶନ୍ ମହାକାଶକୁ ପଠାଇଥାନ୍ତି । କେତେକ ମିଶନରେ ମେସିନ୍ ପଠାଯାଏ ଏବଂ ଅନେକରେ ମଣିଷ ମଧ୍ୟ ଯାଇଥାନ୍ତି । ତେବେ କିଛି ମିଶନ ସଫଳ ହୁଏ ନାହିଁ ଏବଂ ଦୁର୍ଘଟଣାରେ ପରିଣତ ହୁଏ ।

ଅନେକ ଥର ଏହି ମହାକାଶ ଦୁର୍ଘଟଣାରେ ମହାକାଶଚାରୀମାନେ ମରିଯାନ୍ତି । ଇତିହାସରେ ଏଭଳି ଅନେକ ଦୁର୍ଘଟଣା ଘଟିଛି । ସ୍ପେସ୍ ମିଶନ୍ ମଝିରେ ହିଁ ଫେଲ ହୁଏ ଏବଂ ଦୁର୍ଘଟଣା ଘଟେ । କିନ୍ତୁ ବର୍ତ୍ତମାନ ଏହି ଦୁର୍ଘଟଣାକୁ ରୋକିବା ପାଇଁ ନାସା ଏକ ନୂଆ ଉପାୟ ବାହାର କରିଛି । ନାସା ପ୍ଲାନ କରିଛି ଯେ ବର୍ତ୍ତମାନ ହ୍ୟୁମାନାଇଡ ରୋବଟଗୁଡ଼ିକୁ ମହାକାଶ ମିଶନରେ ପଠାଯିବ । ଏହି ରୋବଟ୍‌ସ ଆଉଟର ସ୍ପେସରେ କାମ କରିବେ ଏବଂ ପୃଥିବୀର ବୈଜ୍ଞାନିକମାନଙ୍କୁ ମହାକାଶ ସୂଚନା ଦେବେ ।

Space.com ରିପୋର୍ଟ ଅନୁଯାୟୀ ନାସା ଟେକ୍ସାସର ଟେକ୍ ବେସଡ୍‌ ଫାର୍ମ Apptronik, Inc ସହ ଏହାକୁ ନେଇ ଏକ ଡିଲ୍‌ କରିଛି । ଏହି ଫାର୍ମ ହ୍ୟୁମାନାଇଡ୍ ରୋବଟ୍‌ସ ତିଆରି କରେ । ବର୍ତ୍ତମାନ ଏହି ରୋବଟଗୁଡିକ ପୃଥିବୀର ଫ୍ୟାକ୍ଟ୍ରିଗୁଡ଼ିକରେ କାମ କରୁଛନ୍ତି । କିନ୍ତୁ ନାସାର କହିବା ଅନୁସାରେ ଏହି ରୋବଟଗୁଡିକ ସ୍ପେସ୍‌ରେ ମଧ୍ୟ ଭଲ ଭାବେ କାମ କରିପାରିବେ । ମହାକାଶ ବ୍ୟତୀତ ଏହି ରୋବୋଟଗୁଡ଼ିକୁ ଚନ୍ଦ୍ରକୁ ମଧ୍ୟ ପଠାଯାଇପାରିବ । ନାସାର ଜନସନ ସ୍ପେସ୍ ସେଣ୍ଟରର ରୋବୋଟିକ୍ସ ଟିମର ମୁଖ୍ୟ ଶାନ୍ ଆଜିମିଙ୍କ ଅନୁଯାୟୀ ଏହି ପ୍ଲାନ କାରଣରୁ ସ୍ପେସ୍‌ ଜଗତରେ ଅନେକ କିଛି ହାସଲ କରାଯାଇପାରିବ ।

ଏହି ପ୍ରୋଜେକ୍ଟ ବିଷୟରେ ଆପଟ୍ରୋନିକ୍ ନିଜ ୱେବସାଇଟରେ ଅନେକ ସୂଚନା ଦେଇଛି । ଯେଉଁ ରୋବଟଗୁଡିକ ମହାକାଶକୁ ପଠାଯିବ ସେମାନଙ୍କର ଉଚ୍ଚତା ୫ ଫୁଟ ୮ ଇଞ୍ଚ ଏବଂ ଓଜନ ୭୩ କିଲୋଗ୍ରାମ ହେବ । ଏହି ରୋବଟଗୁଡ଼ିକ ପ୍ରତ୍ୟେକ ବ୍ୟାଟେରୀରେ ୪ ଘଣ୍ଟା ପାଇଁ ଆକ୍ଟିଭ ରହିବେ । କମ୍ପାନୀ କହିବା ଅନୁସାରେ ବର୍ତ୍ତମାନ ଏହି ରୋବଟ ପୃଥିବୀର ଆବଶ୍ୟକତା ହିସାବରେ ଡିଜାଇନ୍‌ କରାଯାଇଛି । କିନ୍ତୁ ଏମାନଙ୍କୁ ସ୍ପେସ୍‌ ପାଇଁ ମୋଡିଫାଏ କରାଯାଇ ପାରିବ । ଏମାନଙ୍କର ଫ୍ୟୁଚର ଭର୍ସନକୁ ମହାକାଶକୁ ପଠାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.