ଯୋଗ କରୁ କରୁ ହାତୀ ଉପରୁ ତଳକୁ ଖସିପଡ଼ିଲେ ବାବା ରାମଦେବ, କିନ୍ତୁ ତାପରେ ବାବା…ଦେଖନ୍ତୁ ଭିଡିଓ

ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ । ନିଜର ଯୋଗ ଏବଂ ଫିଟନେସକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କିନ୍ତୁ ନିକଟରେ ବାବା ଏକ ଅନ୍ୟ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ କଣ ଏହି କାରଣ ? ଏହି କାରଣ ଜାଣିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଏହି ଭିଡ଼ିଓଟିକୁ ଦେଖିବାକୁ ପଡିବ ।


ଗତ କିଛିଦିନ ହେବ ସୋସିଆଲ ମିଡିଆରେ ବାବା ରାମଦେବଙ୍କର ଏହି ଭିଡିଓଟି ଭାଇରଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ରାମଦେବ ବାବା ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସିପଡ଼ୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓଟି ମଥୁରାର ରମଣରେତି ଆଶ୍ରମର ବୋଲି ଜଣାଯାଇଛି । ଏଠାରେ ବାବା ସନ୍ଥଙ୍କୁ ଯୋଗ ଅଭ୍ୟାସ ଶିଖାଉଥିଲେ। ରାମଦେବ ବାବା ଯୋଗ ଶିଖାଉଥିବା ସମୟରେ ଆଶ୍ରମର ଗୁରୁ ଶରଣାନନ୍ଦ ମହାରାଜ ମଧ୍ୟ ଉପସ୍ଥିତ ଥିଲେ । ସେ ବି ମଞ୍ଚ ଉପରେ ଯୋଗ କରିଥିଲେ ।

Patanjali | Baba Ramdev: Patanjali to be world's largest FMCG brand: Baba  Ramdev

୨୨ ସେକେଣ୍ଡର ଏହି ଭିଡିଓରେ ବାବା ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାର ଦେଖିବାକୁ ମିଳିୁଛି । ତେବେ ଯୋଗ କରିବାରେ ରାମଦେବ ମଜ୍ଜି ଯାଇଥିବା ବେଳେ ହଠାତ ହାତୀଟି ହଲଚଲ ହୋଇଥିଲା ଯେଉଁଥିପାଇଁ ରାମଦେବ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି ହଠାତ ହାତୀ ଉପରୁ ତଳକୁ ଖସି ପଡ଼ିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ତଳେ ପଡ଼ିଯିବା ସତ୍ତ୍ବେ ସଙ୍ଗେସଙ୍ଗେ ଛିଡ଼ା ହୋଇ ଆଗକୁ ଚାଲିଚାଲି ଯାଇଥିଲେ । ସୌଭାଗ୍ୟବଶତଃ ଏହି ଘଟଣାରେ ରାମଦେବଙ୍କୁ କୌଣସି ପ୍ରକାର ଆଘାତ ଲାଗି ନଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.