ବାପା ସାମ୍ନାରେ ବର୍ଷକର ପୁଅକୁ ଗିଳିଦେଲା କୁମ୍ଭୀର, ନଈ ମୁଣ୍ଡରେ ବସି ପୁଅକୁ ଝୁରୁଛି ବାପା

ମାଲେସିଆରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ବର୍ଷକର ପୁଅ ଜୀବନ୍ତ ଗଳିଦେଲା କୁମ୍ଭୀର। ଏହି ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ବାପା ପୁଅ ନଦୀରେ ଏକ ଡଙ୍ଗାରେ ବସି ମାଛ ଧରୁଥିବା ବେଳେ ଏପରି ଅଘଟଣ ଘଟିଛି। ଏହି ହୃଦୟ ବିଦାରକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କି, ବାପା ସାମ୍ନାରେ କୁମ୍ଭୀର ତାଙ୍କ ବର୍ଷକର ପୁଅକୁ ଖାଉଛି ହେଲେ ସେ କିଛି କରିପାରୁନାହାନ୍ତି ।

ସୂଚନା ମୁତାବକ, ଘଟଣା ଗୁରୁବାର ଦିନ ସକାଳ ଲହାଦ ଦାତୁର ନଦୀ କୂଳରେ ହୋଇଛି। ପିଲାଟି ବାପା ସହିତ ଡଙ୍ଗାରେ ବସି ମାଛ ମାରିବାକୁ ଯାଇଥିଲା। ଯେଉଁଠି କୁମ୍ଭୀର ଆକ୍ରମଣ କରିଥିଲା। କୁମ୍ଭୀର ପିଲାକୁ ପାଣି ଭିତରକୁ ଟାଣି ନେଇଥିଲା। ସେଠାରେ ଜୀବନ୍ତ ଭାବେ ଗିଳିଥିଲା। ପିଲାକୁ ବଞ୍ଚାଇବା ପାଇଁ ବାପା ଶତଚେଷ୍ଟା କରିଥିଲେ କିନ୍ତୁ ବଞ୍ଚାଇପାରିନଥିଲେ । କିନ୍ତୁ କୁମ୍ଭୀର ପିଲାଟିକୁ ଛାଡିନଥିଲା । ପିଲାଟିକୁ ନେଇ ପାଟିରେ ଧରି ଟାଣି ନେଇଥିଲା।

କୁମ୍ଭୀର ଆକ୍ରମଣରେ ବ୍ୟକ୍ତି ଆହତ ହୋଇଛନ୍ତି। ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ପିଲାକୁ କୁମ୍ଭୀର ପାଣିକୁ ଟାଣି ନେବା ପରେ ବ୍ୟକ୍ତିକୁ ସ୍ଥାନୀୟ ଲୋକେ ବଞ୍ଚାଇଥିଲେ। ହେଲେ ପିଲାକୁ ରକ୍ଷା କରିପାରିନଥଇଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି। ସ୍ଥାନୀୟ ଫାୟାର ଏବଂ ଉଦ୍ଧାରକାରୀ ଏଜେନ୍ସୀର ପ୍ରମୁଖ ସୁମସୋଆ ରାଶିଦ କହିଛନ୍ତି, ପିଲାର ମୃତଦେହକୁ ଖୋଜା ଚାଲିଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କୋଷ୍ଟରିକାରେ ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଥିଲା। ଯତେବେଳେ ଫିଶିଂ ଟ୍ରିପରେ ଯାଇଥିବା ମା ବାପାଙ୍କ ସାମ୍ନାରେ ବିଶାଳକାୟ କୁମ୍ଭୀର ତାଙ୍କ ୮ ବର୍ଷର ପୁଅର ମୁଣ୍ଡକୁ ଖାଇଯାଇଥିଲା। କୁମ୍ଭୀର ପିଲାର ମୁଣ୍ଡକୁ ପ୍ରଥମେ ଶରୀରରୁ ଅଲଗା କରିଥିବା ପରେ ଗିଳିଦେଇଥିଲା ।