ସାଇ ବାବାଙ୍କୁ ଦର୍ଶନ କରିବା ସମୟରେ ବ୍ୟକ୍ତିଙ୍କୁ ଆସିଲା ମୃତ୍ୟୁ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଏମିତି ମୃତ୍ୟୁ ହୁଏତ କାହାକୁ ଆସିନଥିବ। ସାଇବାବାଙ୍କୁ ଦର୍ଶନ କରିବା ସମୟରେ ଚାଲିଗଲା ଜୀବନ। ଭଗବାନଙ୍କ ଦୁଆରେ ମରିବାର ସୌଭାଗ୍ୟ ବା କାହାର ରହିଛି। କିନ୍ତୁ ଏମିତି ଏକ ଭିଡିଓ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରୁ ଆସିଛି। ଯେଉଁଠି ସାଇବାବାଙ୍କୁ ଦର୍ଶନ କରୁଥିବା ସମୟରେ ବ୍ୟକ୍ତିଙ୍କୁ ହାର୍ଟଆଟାକ ଆସିବା ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ସାଇବାବାଙ୍କୁ ଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ହାର୍ଟଆଟାକ ଆସିଥିଲା। ଆଉ ସେଠାରେ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଥିଲା । ଲୋକେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବାକୁ ଲାଗିଲେ।
रहस्यमय मौत… कटनी में साईं मंदिर में दर्शन करते समय शख्स की हो गई मौत. गिरते ही हो गई उसकी वहीं पर मौत.#Trending #TrendingNow pic.twitter.com/rOAYx852eU
— Narendra Singh (@NarendraNeer007) December 4, 2022
ଏହି ଭିଡିଓକୁ ଟ୍ଵିଟରରେ ନରେନ୍ଦ୍ର ସିଂ ନାମକ ଆକାଉଣ୍ଟରୁ ସେୟାର କରାଯାଇଥିବା ଜଣାପଡିଛି। ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ବ୍ୟକ୍ତି ସାଇବାବାଙ୍କୁ ଦର୍ଶନ କରିବାକୁ ଯାଇ ବାବାଙ୍କ ଚରଣରେ ବସିଥିଲେ। ଏହି ସମୟରେ ମୁଣ୍ଡ ବୁଲାଇ ହୋଇ ଭଗବାନଙ୍କ ଚରଣରେ ପଡିଯାଇଛନ୍ତି। ହାର୍ଟଆଟାକ ଆସିବା ଯୋଗୁଁ ଏପରି ହୋଇଥିଲା। ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ।
ଏହି ଘଟଣା ମନ୍ଦିରରେ ଲାଗିଥିବା ସିସି ଟିଭି କ୍ୟାମେରାରେ କଏଦ ହୋଇଛି। ଏହି ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚାକୁ ଆସିଛି। ତେବେ ସୂଚନା ମୁତାବକ, ମୃତକଙ୍କ ନାମ ରାକେଶ ବୋଲି ଜଣାପଡିଛି। ତେବେ ତାଙ୍କର ଏଭଳି ମୃତ୍ୟୁକୁ ଲୋକେ ମୋକ୍ଷ ପ୍ରାପ୍ତି ହୋଇଛି ବୋଲି କହୁଛନ୍ତି ।