ଜଙ୍ଗଲରେ ଛିଡା ହୋଇଥିଲା କାର, କାରରେ ଚାଲିଥିବା ଏପରି ଦୃଶ୍ୟ ଦେଖି ଭାଲୁ ଦେଲା ପଛଘୁଞ୍ଚା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏକ ବଡ କଳା ଭାଲୁର ଭିଡିଓ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓକୁ ଜଣେ ଇନଷ୍ଟାଗ୍ରାମ ୟୁଜର ଜୋସ ଲୁଇସ ରାମୋସ ଜୁନିଅର ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଜଙ୍ଗଲରେ ମଧ୍ୟରେ ଏକ କାର ରହିଛି, କାରକୁ ଦେଖି ଭାଲୁ ତା ନିକଟକୁ ଆସୁଛି ଏବଂ ଡୋର ଖୋଲୁଛି। ଭାଲୁ ଡୋର ଖୋଲିବା ଦେଖି ଲୋକଙ୍କ ଚିତ୍କାର ଶୁଭିଥିଲା।
ସେହି କାରରେ କିଛି ଲୋକ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି। ଯିଏକି ଭାଲକୁ ଦେଖି ଚିତ୍କାର କରିଛନ୍ତି। ଭାଲୁ ମଧ୍ୟ ଏମାନଙ୍କ ଚିତ୍କାର ଶୁଣି ପଛକୁ ପଛକୁ ଫେରିଯାଇଛି। ଏହି ଭିଡିଓକୁ ଦେଖି ଲୋକେ ବିଭିନ୍ନ ପ୍ରକାର ଅନ୍ଦାଜା ଲଗାଉଥିବା ବେଳେ ଆପଣ କାରରେ ଜଙ୍ଗଲରେ ବୁଲିବା ପୂର୍ବରୁ ନିଶ୍ଚିତ ଭାବେ ଧ୍ୟାନ ରଖିବେ। ଜଙ୍ଗଲରେ ବୁଲିବା ସମୟରେ କେବେ ବି ଆପଣଙ୍କ ସହିତ ଏମିତି କିଛି ଘଟଣା ଘଟିପାରେ।
ଏହି ଭିଡିଓ ସେୟାର ହେବାର କିଛି ଘଣ୍ଟା ପରେ ହିଁ ଭାଇରଲ ହେବାକୁ ଲାଗିଥିଲା। ଏପର୍ଯ୍ୟନ୍ତ ୨୮ ହଜାରୁ ଅଧିକ ଥର ଦେଖାଯାଇସାରିଲାଣି। ଯାହାକୁ ଦେଖି ୟୁଜର ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।