ଚାଲନ୍ତୁ ବୁଲିଯିବା ରାଜସ୍ଥାନର ପାହାଡ ଘେରା ସହର ‘ବୁନ୍ଦୀ’, ଯେଉଁଠି ରହିଛି ୮୪ଟି ଖମ୍ବ ଉପରେ ଛତା

ଆସିଗଲା ପିକନିକ୍‌ ଋତୁ। ଏବେ ଲୋକେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବାକୁ ପ୍ଲାନ କରୁଛନ୍ତି। ଏବେ ଲୋକମାନେ ବିଭିନ୍ନ ପାହାଡ, ପର୍ବତ, ଝରଣା କିମ୍ବା ସମୁଦ୍ରକୂଳ ସ୍ଥାନକୁ ବୁଲିଯାଇ ଭୋଜିଭାତର ଆୟୋଜନ କରୁଛନ୍ତି। ଏହାଛଡା ଯଦି ଆପଣ କୌଣସି ଦୂର ସ୍ଥାନକୁ ଯିବାକୁ ଯୋଜନା ରଖିଛନ୍ତି ତେବେ ଚାଲନ୍ତୁ ଯିବା ରାଜସ୍ଥାନ। ରାଜସ୍ଥାନର ଦକ୍ଷିଣ ପୂର୍ବରେ ପାହାଡ ଘେରି ରହିଥିବା ସୁନ୍ଦର ସହର ହେଉଛି ବୁନ୍ଦୀ। ବୁନ୍ଦୀ ସହରର ସ୍ଥାପନା ୧୨୪୨ରେ ହୋଇଥିଲା। ଏଠାରେ ପୂର୍ବରୁ ରାଜାରାଜୁଡା ଶାସନ ଚାଲିଥିଲା। ଏହା ରାଜସ୍ଥାନର ହାଡୋତୀ ଅଞ୍ଚଳରେ ରହିଛି। ବୁନ୍ଦୀରେ ବୁଲିବା ପାଇଁ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି। ଚାଲନ୍ତୁ ଜାଣିବା ଏହିସବୁ ସ୍ଥାନ ବିଷୟରେ..

taragard

ତାରାଗଢ କିଲ୍ଲା :

ଏହି କିଲ୍ଲା ବୁନ୍ଦୀ ସହରର ଏକ ଦର୍ଶନୀୟ ସ୍ଥାନ। ଏହା କିଲ୍ଲାରୁ ସଂପୂର୍ଣ୍ଣ ବୁନ୍ଦୀ ସହର ଦେଖିବାକୁ ମିଳିଥାଏ।

ବାଦଲ ମହଲ :

ବୁନ୍ଦୀ ସହରରେ ତାରାଗଢ କିଲ୍ଲା ନିକଟରେ ଏହା ନିର୍ମାଣ କରାଯାଇଛି। ଏହି ମହଲର କାନ୍ଥରେ କଳାତ୍ମକ ପେଣ୍ଟିଂ କରାଯାଇଛି।

moti mahal

ମୋତି ମହଲ :

ଏହି ମହଲକୁ ୧୬୪୫ରେ ନିର୍ମାଣ କରାଯାଇଥିଲା। ଏହି ମହଲ ଭିତରେ ଶିବ ମନ୍ଦିର ରହିଛି। ଯାହାକୁ ଦେଖିବାକୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।

84

୮୪ଟି ଖମ୍ବରେ ଥିବା ଛତା :

ଏହି ଛତାକୁ ଅନିରୁଦ୍ଧ ସିଂ ୧୬୮୩ରେ ନିର୍ମାଣ କରିଥିଲେ। ଏହି ଛତା ୮୪ଟି ଖମ୍ବ ଉପରେ ରହିଛି। ଏହି ଖମ୍ବରେ ବିଭିନ୍ନ କଳାତ୍ମକ କାମ କରାଯାଇଛି। ଏଠାରେ ଆପଣ ଫଟୋଗ୍ରାଫିର ମଜା ନେଇପାରିବେ।

ସୁଖ ମହଲ :

ଏହି ମହଲ ଜେତ ସାଗର ହ୍ରଦ ନିକଟରେ ନିର୍ମାଣ କରାଯାଇଛି। ଏହା ଉମ୍ମେଦ ସିଂଙ୍କ ଶାସନକାଳରେ ନିର୍ମାଣ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.