ଗଛର ପତ୍ରରେ ଆପଣ କେବେ ବି ଏମିତି ଚଢେଇ ବସା ପୂର୍ବରୁ ଦେଖିନଥିବେ, ଦେଖନ୍ତୁ ଭିଡିଓ

ସମସ୍ତେ ନିଜ ଘରକୁ ସୁନ୍ଦର କରିବା ପାଇଁ ସବୁପ୍ରକାର ଚେଷ୍ଟା କରିଥାନ୍ତି। କିନ୍ତୁ ପକ୍ଷୀଟିଏ ତା’ ବସାକୁ ସୁନ୍ଦର କରିବା ପାଇଁ କାଠିକୁଟା ଆଣି ସଜାଡିଥାଏ। ଆପଣ ଏମିତି ଅନେକ ପକ୍ଷୀ ବସା ଦେଖିଥିବେ ନିଶ୍ଚିତ। ଏବେ କିନ୍ତୁ ଭାଇରଲ ହେଉଥିବା ଏହି ପକ୍ଷୀର ବସା ଦେଖିଲେ ନିଜ ଆଖିକୁ ବିଶ୍ବାସ କରିପାରିବେ ନାହିଁ।

ଭଲ ଭାବେ ଦେଖନ୍ତୁ ଏହି ଭିଡିଓକୁ। କିପରି ପକ୍ଷୀଟି ନିଜ ଅଣ୍ଡାକୁ ପତ୍ରରେ କରିଥିବା ବସା ମଧ୍ୟରେ ସାଇତି ରଖିଛି। ଯାହା ଦେଖିବାକୁ ଅତ୍ଯନ୍ତ ସୁନ୍ଦର ମଧ୍ୟ ହୋଇଛି। ଏମିତି ଲାଗୁଛି ଯେପରି, ଏହାକୁ ହାତରେ ତିଆରି କରାଯାଇଛି।

ଏହି ଭିଡିଓକୁ Buitengebieden ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେୟାର କରି ଲେଖିଛନ୍ତି, ପ୍ରକୃତି କେତେ ସୁନ୍ଦର । ଏହି ଭିଡିଓକୁ ଏବେ ଅନେକ ସେୟାର ଏବଂ ଲାଇକ ମିଳିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.