ଏହି ଦେଶରେ ବିବାହ କରିବା ପୂର୍ବରୁ ବର-କନ୍ୟାଙ୍କୁ ଏକ ଗଛରେ ବାନ୍ଧି ସେମାନଙ୍କ ଉପରକୁ ଫିଙ୍ଗାଯାଏ ସଢ଼ା ଟମାଟୋ, ଅଣ୍ଡା ଓ କ୍ଷୀର

ବିବାହ ଏକ ଏପରି ରୀତିନୀତି ଯେଉଁଥିରେ ଦୁଇଟି ଅଜଣା ପରିବାର ଓ ଦୁଇ ଅଜଣା ହୃଦୟ ଯୋଡ଼ି ହୋଇଯାଆନ୍ତି । ତେବେ ପ୍ରତି ରାଜ୍ୟରେ ଓ ଦେଶରେ ବିବାହ ବିଭିନ୍ନ ପ୍ରକାରର ରୀତିନୀତି ସହିତ ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ଧର୍ମର ମଧ୍ୟ ଭିନ୍ନ ଭିନ୍ନ ପ୍ରଥା ରହିଛି । ଯାହାକୁ ଲୋକ ମାନେ ଅନୁସରଣ କରି ବିବାହ ସମାରୋହ କରନ୍ତି । ବିଶ୍ୱ ବିବିଧତାରେ ପରିପୂର୍ଣ୍ଣ, ସେହିଭଳି ଅନେକ ଦେଶ ତଥା ସମ୍ପ୍ରଦାୟରେ ମଧ୍ୟ ଅନନ୍ୟ ରୀତିନୀତି ସହକାରେ ବିବାହ କରାଯାଏ । ଯାହା ବିଷୟରେ ଶୁଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ, ଆମ ଦେଶ ଭାରତ ନିଜେ ବିବିଧତାରେ ପରିପୂର୍ଣ୍ଣ । ସେହିପରି ବିଭିନ୍ନ ଦେଶରେ ମଧ୍ୟ ପ୍ରଥା ପରମ୍ପରାରେ ଅନେକ ତଫାତ୍ ରହିଛି । କିନ୍ତୁ ଆଜି ଆମେ ଏମିତି ଏକ ବିବାହ ପ୍ରଥା ସମ୍ପର୍କରେ ଜାଣିବା ଯାହା ଆପଣ ମାନଙ୍କୁ ଅଦ୍ଭୁତ ଲାଗିପାରେ କିନ୍ତୁ ଏହା ସତ ।

ଭାରତରେ ଯେ କୌଣସି ବିବାହ ହେଉ ନା କାହିଁକି, ଏଥିରେ ହଳଦୀ ଲଗାଇବା ପ୍ରଥା ପୂରାତନ କାଳରୁ ଚାଲି ଆସିଛି । ଆମ ଦେଶରେ ହଳଦୀକୁ ଶୁଭ ବୋଲି ଧରାଯାଇଥାଏ । ଏହାକୁ ବିବାହ ପୂର୍ବରୁ ପୂଅ ଓ ଝିଅଙ୍କ ଦେହରେ ଲଗାଯାଇଥାଏ । ଦେହରେ ଗୋରା ରଙ୍ଗ ଆଣିବା ପାଇଁ ହଳଦୀ ଓ ଚନ୍ଦନ ଲଗାଯାଇଥାଏ । ଯଦି ଆପଣଙ୍କ ଉପରକୁ ବିବାହ ପୂର୍ବରୁ ସଢ଼ା ଟମାଟ ଓ ଅଣ୍ଡା ଫିଙ୍ଗାଯାଏ, ତେବେ ଆପଣ ମାନଙ୍କୁ ଅଜବ ଲାଗିବ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି ଏକ ଦେଶ ଅଛି ଯେଉଁଠାରେ ବର-କନ୍ୟାଙ୍କୁ ହଳଦୀ ଲଗାଇବା ପରିବର୍ତ୍ତେ ସେମାନଙ୍କ ଉପରକୁ ସଢ଼ା ଟମାଟୋ ଓ ଅଣ୍ଡା ଫିଙ୍ଗା ଯାଇଥାଏ ।

ତେବେ ସ୍କଟଲ୍ୟାଣ୍ଡରେ ହେଉଥିବା ବିବାହ ସମାରୋହରେ ପ୍ରଥା ଅନୁସାରେ, ବର-କନ୍ୟାଙ୍କୁ ଗୋଟିଏ ଗଛରେ ବନ୍ଧାଯାଇଥାଏ । ଏହାପରେ ସେମାନଙ୍କ ଉପରକୁ ସଢ଼ା ଟମାଟୋ, ଚକଲେଟ୍ ସିରପ୍, କ୍ଷୀର, ସଢ଼ା ମାଛ ଓ ଅଣ୍ଡା ଏବଂ ଗନ୍ଧପୂର୍ଣ୍ଣ ଜିନିଷ ଫିଙ୍ଗା ଯାଇଥାଏ । ଏହି ରୀତିନୀତି ପାଳନ କରୁଥିବା ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଏପରି କରିବା ଦ୍ୱାରା ବର-କନ୍ୟା ଉପରକୁ କୌଣସି ଅଶୁଭ ଶକ୍ତି ଛୁଇଁପାରିବ ନାହିଁ । ଏଥିସହିତ ଆଗାମୀ ସମୟରେ ବର-କନ୍ୟାଙ୍କ ଜୀବନକୁ ଆସିବାକୁ ଥିବା ସମସ୍ୟାର ବି ସେମାନେ ସହଜରେ ସାମନା କରିପାରିବେ । ତେବେ ଏହି ପ୍ରଥା ପୂରା ସ୍କଟଲ୍ୟାଣ୍ଡରେ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.