ବିଦ୍ୟାଭାରତୀଙ୍କ ସହ ଅକ୍ଷୟ ଓ ଜ୍ୟୋତିଙ୍କ କି ସମ୍ପର୍କ ? ଗିରଫ କରି ତଦନ୍ତ କରିବାକୁ ସୌମ୍ୟଙ୍କ ପରିବାର ପକ୍ଷରୁ ଦାବି

ରହସ୍ୟ ଭିତରେ ସୌମ୍ୟଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି(କେନ୍ଯୁଜ୍): ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୧୪ ଦିନ । ହେଲେ ମୃତ୍ୟୁ ରହସ୍ୟ ଭେଦିପାରିନି ପୋଲିସ । କେମିତି ତାଙ୍କ ଶରୀରରେ ନିଆଁ ଲାଗିଲା ତାହା ଜଣାପଡ଼ିନି । ଏବେ ଅକ୍ଷୟଙ୍କ ପରେ ସାମ୍ନାକୁ ଆସିଛି ଜ୍ୟୋତିଙ୍କ ନାଁ । ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ର ହଷ୍ଟେଲରେ ରହୁଥିବା ବିଦ୍ୟାଭାରତୀଙ୍କ ରୁମ୍‌ରୁ ଜ୍ୟୋତି ନାମକ ଯୁବକର କିଛି ରେକର୍ଡ ମିଳିଥିବା ସୌମ୍ୟଙ୍କ ପରିବାର କହିଛନ୍ତି ।

ବିଦ୍ୟାଭାରତୀଙ୍କୁ ଗିରଫ କଲେ ତାଙ୍କଠାରୁ ସତ୍ୟ ବାହାରିବ ବୋଲି ଦାବି କରିଛନ୍ତି । ସୌମ୍ୟରଞ୍ଜନଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପାରଳାଖେମୁଣ୍ଡି ପୋଲିସ ତନାଘନା ତଦନ୍ତ ଚଳାଇଛି । ଏବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସର ଆଗାମୀ ପଦକ୍ଷେପ କଣ ରହିବ ତା ଉପରେ ନଜର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.