ସ୍ତ୍ରୀର ମନଲାଖି ଗିଫ୍ଟ ଦେଇ ଚର୍ଚ୍ଚାରେ ଏହି ଦିବ୍ୟାଙ୍ଗ ଭିକାରୀ, ୯୦ ହଜାର ଟଙ୍କାରେ କିଣିଦେଲେ ଖାସ୍‌ ଉପହାର

ଆପଣ ଅନେକ ପ୍ରେମ ଦେଖିଛନ୍ତି ଆଉ ଅନେକ ପ୍ରେମ କାହାଣୀ କଥା ବି ଶୁଣିଛନ୍ତି କିନ୍ତୁ ପ୍ରେମର ଏହି କାହାଣୀ ବିଷୟରେ ଥରେ ଶୁଣିଲେ ବିଶ୍ୱାସ କରନ୍ତୁ ଆପଣ ଏକଦମ୍‌ ଖୁସି ହୋଇଯିବେ ଆଉ ଆପଣଙ୍କ ଦିନ ବନିଯିବ। ପାଖରେ କିଛି ନଥାଉ ପଛେ କିନ୍ତୁ ପ୍ରେମ ମଣିଷକୁ ଧନୀ ବନାଇଦିଏ। ମଣିଷ ଯେତେବେଳେ ପ୍ରେମରେ ପଡେ ସେତେବେଳେ ସେ କିଛି ଦେଖେନା। କେବଳ ଆଉ କେବଳ ପ୍ରେମ କରିବସେ ଆଉ ତାଙ୍କୁ ନିଜକୁ ବି ଜଣାନଥାଏ ଯେ ଏହି ପ୍ରେମ କେତେବେଳ ଏକ ସୁନ୍ଦର କାହାଣୀ ହୋଇଯାଏ। ସଚ୍ଚା ପ୍ରେମର ଏହି ବାସ୍ତବ ଚିତ୍ର ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରୁ ସାମ୍ନାକୁ ଆସିଛି। ଜଣେ ଭିକାରୀ ନିଜ ପ୍ରେମ ପାଇଁ କିଛି ଏମିତି କରିଛନ୍ତି ଯାହା ଏବେ ରହିଛି ଖୁବ୍‌ ଚର୍ଚ୍ଚାରେ। ଆପଣ ଭାବୁଥିବେ ଜଣେ ଭିକାରୀ ଏମିତି କଣ କରିଦେଲା ଯାହାକୁ ନେଇ ଏତେ ଚର୍ଚ୍ଚା। ହଁ ଆଜ୍ଞା, ଭିକ୍ଷା ମାଗି ନିଜ ଗୁଜରାଣ ମେଣ୍ଟାଉଥିବା ଏହି ବ୍ୟକ୍ତି ନିଜ ପ୍ରେମ ପାଇଁ କିଛି ଏମିତି କରିଛନ୍ତି ଯାହାକୁ ନେଇ ପୂରା ଜିଲ୍ଲାରେ ଚର୍ଚ୍ଚା ଚାଲିଛି।

କାହିଁକିନା ଜଣେ ଦିବ୍ୟାଙ୍ଗ ଭିକାରୀଙ୍କୁ ନିଜ ସ୍ତ୍ରୀର କଷ୍ଟ ସହ୍ୟ ହେଲାନି ଆଉ ସେ ସେହି କାରଣରୁ ଯାହା କିଣିଦେଲେ ଯାହା ବିଷୟରେ ଲୋକମାନେ କେବେ କଳ୍ପନା ବି କରିନଥିବେ। ଭିକ୍ଷା ମାଗି ନିଜ ଚଳୁଥିବା ସନ୍ତୋଷ ନିଜ ସ୍ତ୍ରୀ ପାଇଁ ଏକ ମୋପେଡ କିଣିଛନ୍ତି। ସନ୍ତୋଷ ସାହୁ ଏବଂ ତାଙ୍କ ସ୍ତ୍ରୀ ମୁନି ସାହୁ ଅମରଓ୍ଵାଡାରେ ରୁହନ୍ତି। ସନ୍ତୋଷ ଜଣେ ଦିବ୍ୟାଙ୍ଗ। ସେଥିଲାଗି ତାଙ୍କ ପାଖରେ ଏକ ଟ୍ରାଇସାଇକେଲ ଥିଲା। ଏଥିରେ ବସି ହିଁ ସେ ସବୁଆଡକୁ ଯାଇ ଭିକ ମାଗନ୍ତି ଆଉ ତାଙ୍କ ସ୍ତ୍ରୀ ତାଙ୍କୁ ବସାଇ ପଛରୁ ଟ୍ରାଇସାଇକେଲକୁ ଠେଲି ଠେଲି ନିଅନ୍ତି। ଅନେକ ଥର ତ ଏମିତି ହୋଇଛି ରାସ୍ତା ଖରାପ କାରଣରୁ ତାଙ୍କ ସ୍ତ୍ରୀଙ୍କୁ ବହୁତ ସମସ୍ୟା ହୋଇଥାଏ ସ୍ୱାମୀକୁ ବସାଇ ଟ୍ରାଇସାଇକେଲକୁ ଠେଲିବା। ସ୍ତ୍ରୀର ଏହି ସମସ୍ୟାକୁ ସନ୍ତୋଷ ବୁଝିପାରୁଥିଲେ ଆଉ ତାଙ୍କୁ ସ୍ତ୍ରୀର ଏହି କଷ୍ଟ ଦେଖାଗଲାନାହିଁ। ଆଉ ନିଜ ପ୍ରତିଦିନର ଟଙ୍କାକୁ ବହୁତ ଦିନ ଧରି ସଞ୍ଚୟ କରି ଶେଷରେ ନିଜ ସ୍ତ୍ରୀ ପାଇଁ ଏକ ମୋପେଡ୍‌ କିଣି ଉପପହାର ଦେଲେ।

bikeଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗରମରେ ତ ଅନେକ ଥର ତାଙ୍କ ସ୍ତ୍ରୀ ଏହି ଯନ୍ତ୍ରଣାଦାୟକ କାମ କରି କରି ରୋଗରେ ପଡିଛନ୍ତି। ଯାହାପରେ ସନ୍ତୋଷ ନିଜ ସ୍ତ୍ରୀର ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ କରିଦେଲେ। ଆଉ ଦିନେ ସ୍ତ୍ରୀ ମୁନ୍ନି ହିଁ ସନ୍ତୋଷଙ୍କୁ ମୋପେଡ୍‌ କିଣିବାକୁ କହିଲେ। ତାପରେ ସନ୍ତୋଷ ଭାବିଲେ ସ୍ତ୍ରୀକୁ ବି ଆଉ କଷ୍ଟ ନେବାକୁ ତେଣୁ ସେ ଏକ ମୋପେଡ କିଣିବାକୁ ନିଷ୍ପତ୍ତି ନେଲେ।

ଆଉ ସେବେ ଠାରୁ ସନ୍ତୋଷ ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରିବାକୁ ଲାଗିଲେ। ଆଉ ଚେଷ୍ଟା କରି କଷ୍ଟେମଷ୍ଟେ ସେ ୯୦ ହଜାର ଟଙ୍କା ସଞ୍ଚୟ କରିଦେଲେ ଆଉ ତାପରେ ଫୁଲ ପେମେଣ୍ଟ କରି ସ୍ତ୍ରୀଙ୍କ ପାଇଁ ଏକ ମୋପେଡ୍‌ କିଣିଆଣିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଭିକ ମାଗନ୍ତି ଏବଂ ଦୁଇଜଣ ପ୍ରତିଦିନ ୩୦୦ ରୁ ୪୦୦ ଟଙ୍କା କମାଇ ନିଅନ୍ତି। ସେଥିରେ ଗୁଜୁରାଣ ମେଣ୍ଟାଇ ଖାଇ ପିଇ ଟଙ୍କା ସଞ୍ଚୟ କରୁଥିଲେ। ମୋପେଡ୍‌ କିଣିବା ପରେ ଦୁଇଜଣ ସେଥିରେ ହିଁ ବସି ଭିକ ମାଗିବାକୁ ଯାଉଛନ୍ତି। ତେବେ ଦର୍ଶକବନ୍ଧୁ ଛିନ୍ଦଓ୍ଵାଡା ଜିଲ୍ଲାରୁ ଏହା ପୂର୍ବରୁ ଆଉ ଏକ ଖବର ବହୁତ ଚର୍ଚ୍ଚାରେ ଥିଲା ଯେଉଁଠି ଜଣେ ଭିକାରୀ କ୍ୟୁଆର କୋଡରେ ଟଙ୍କା ନେଉଥିଲେ। ଆଉ ଏବେ ସ୍ତ୍ରୀ ପାଇଁ ମୋଟର ସାଇକେଲ କିଣି ଚର୍ଚ୍ଚାରେ ଅଛନ୍ତି ସନ୍ତୋଷ ଆଉ ମୁନ୍ନି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.