Below header

ଘରେ ଧ୍ୱଜା ଲଗାଇବା ଦ୍ୱାରା କ’ଣ ଫାଇଦା ହୋଇଥାଏ, ଜାଣନ୍ତୁ ୪ଟି ଖାସ୍‌ ତଥ୍ୟ

ଆପଣ ଦେଖିଥିବେ ଅନେକ ଲୋକ ନିଜର ଘରର ଛାତରେ ଧ୍ୱଜା ଲଗାଇଥାନ୍ତି। ଏହି ଧ୍ୱଜା ଅନେକ କାରଣ ଯୋଗୁଁ ଲାଗିଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧ୍ୱଜା ଲଗାଇବାର କିଛି ଅଲଗା କାରଣ ଏବଂ ଲାଭ ରହିଥାଏ। ଘର ଛାତରେ ଲାଗିଥିବା ଧ୍ୱଜା ଏବଂ ଋଣଭୂମିରେ ରଥରେ ଲାଗିଥିବା ଧ୍ୱଜା ଭିତରେ କିଛି ମାତ୍ର ଫରକ ଥାଏ। ଋଣଭୂମିରେ ଅବସର ଅନୁକୂଳ ୮ ପ୍ରକାର ଧ୍ୱଜାର ପ୍ରୟୋଗ କରାଯାଏ। ଜୟ, ବିଜୟ, ଭୀମ ଚପଲ, ବିଜୟାନତିକ, ଦୀର୍ଘ, ବିଶାଲ ଏବଂ ଲେଲ। ଏହି ସବୁ ଧ୍ୱଜା ସାହାଯ୍ୟରେ ସଂକେତ ସୂଚନା ଦିଆଯାଏ।

ଧ୍ୱଜାର ରଙ୍ଗ : ଘରର ଛାତରେ ତିନି ପ୍ରକାରର ଧ୍ୱଜା ଲଗାଯାଏ। ଗେରୁଆ, କେଶରୀ ଏବଂ ହଳଦିଆ।

କେଉଁ ଦିଗରେ ଲଗାଇବେ ଧ୍ୱଜା : ଘରର ଛାତ ଉପରେ ବାୟୁ କୋଣରେ ଧ୍ୱଜା ଲଗାଇବା ଉଚିତ। ଯଦି ଆପଣଙ୍କ ଘରର ଦିଗ ଭିନ୍ନ ରହିଥାଏ ତେବେ ବାସ୍ତୁଶାସ୍ତ୍ରୀଙ୍କୁ ପଚାରି ଧ୍ୱଜା ଲଗାନ୍ତୁ।

22

କିପରି ହେବା ଦରକାର ଧ୍ୱଜା : ଧ୍ୱଜାରେ ଓଁ କିମ୍ବା ସ୍ୱସ୍ତିକ ଚିହ୍ନ ଥିବା କେଶରୀ ରଙ୍ଗର ଧ୍ୱଜ ଲଗାଇବା ଉଚିତ। ଦୁଇ ପ୍ରକାର ଧ୍ୱଜା ରହିଥାଏ। ଏକ ତ୍ରିଭୂଜାକାର ଏବଂ ଦ୍ୱିତୀୟଟି ଦୁଇ ତ୍ରିଭୂଜାକାର ଧ୍ୱଜା। ଆପଣ ଦୁଇଟି ମଧ୍ୟରୁ କୌଣସି ଗୋଟେକୁ ଛାତ ଉପରେ ଲଗାଇପାରିବେ।

ଏମିତି କଲେ କ’ଣ ହେବ : ଏହି ଧ୍ୱଜାକୁ ଛାତରେ ଲଗାଇବା ଦ୍ୱାରା ଘରେ ଯଶ, କୀର୍ତ୍ତି ଏବଂ ବିଜୟ ଆସିଥାଏ। ଧ୍ୱଜା କିମ୍ବା ପତାକା ଘରେ ଲଗାଇବା ଦ୍ୱାରା ଘରର କୌଣସି ବ୍ୟକ୍ତିକୁ ରୋଗ, କଷ୍ଟ ଦୂର ହୋଇଥାଏ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.